ଦୁର୍ବୃତ୍ତଙ୍କ ଉନ୍ମତ୍ତ କାଣ୍ଡ । ବୃଦ୍ଧ ଦମ୍ପତ୍ତିଙ୍କ ଗଳାକାଟି ଲୁଟିନେଲେ ସୁନା ଅଳଙ୍କାର ।

115

କନକ ବ୍ୟୁରୋ: ଦୁବୃର୍ତଙ୍କ ଉନ୍ମତ୍ତକାଣ୍ଡ । ବିଳମ୍ବିତ ରାତିରେ ଘରେ ପଶି ଗଳା କାଟି ହତ୍ୟା କରିବା ସହ ଲୁଟିନେଲେ ସୁନା ଅଳଙ୍କାର । କଟକ ନିଶ୍ଚିତ କୋଇଲି ବ୍ଲକ ନେମାଳ ଥାନା ଲେଣ୍ଡୁରା ଭଗବାନପୁର ଗାଁରେ ଘଟିଛି ଏହି ଅଘଟଣ ।

ଗୁରୁବାର ରାତିରେ ହୃଷିକେଶ ମୁଦୁଲିଙ୍କ ଘରେ କେହି ଦୁର୍ବୃତ୍ତ ପଶି ଥିଲେ । ହୃଷିକେଶଙ୍କ ଗଳା କାଟିବା ସହ କନକଲତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ଲୁଟେରା । ଘଟଣା ସ୍ଥଳରେ ହୃଷିକେଶଙ୍କ ମୃତ୍ୟୁ ହୋଇଥିବା ବେଳେ କନକଲତାଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ବୃତ୍ତ ନାତିକୁ ଘରେ ତାଲା ପକାଇ ଦେଇଥିଲେ । ଘଟଣା ନେଇ ନାତି ତାଙ୍କ ବାପାଙ୍କୁ ଫୋନ କରି କହିବାରୁ ସ୍ଥାନୀୟ ଲୋକ ଘଟଣା ସ୍ଥଳକୁ ଯାଇ କନକଲତାକୁ ମେଡିକାଲ ପଠାଇଥିଲେ ।