ରାଜଧାନୀରେ ବିଏମସିର ୟୁପି ଷ୍ଟାଇଲ: ଦୁର୍ବୃତଙ୍କ ଦୋକାନ ଉପରେ ଚାଲିଲା ବୁଲଡୋଜର

145

କନକ ବ୍ୟୁରୋ: ସୋମବାର ସନ୍ଧ୍ୟାରେ ଭୁବନେଶ୍ୱର ଡେଲଟା ଛକରେ ଆତଙ୍କ ଖେଳାଇଥିବା ଦୁର୍ବୃତଙ୍କ ଦୋକାନ ଉପରେ ବୁଲଡୋଜର ଚାଲିଛି । ରାସ୍ତାକଡରେ ଦୋକାନ କରି ଅଂଚଳରେ ଆତଙ୍କ ଖେଳାଉଥିବା ଦୁର୍ବୃତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ସରକାରୀ ଜମିକୁ ଜବରଦଖଲ କରି ଅଂଚଳରେ ଦାଦାଗିରି କରୁଥିବା ୪ ଦୁର୍ବୃତଙ୍କ ଦୋକାନ ଘର ଉପରେ ବୁଲଡୋଜର ଚଲାଇଛି ବିଏମସି । ସେପଟେ ଆଖପାଖର ଦୋକାନକୁ ମଧ୍ୟ ବିଏମସି ଭାଙ୍ଗିଥିବାରୁ ଦୋକାନୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସୋମବାର ସନ୍ଧ୍ୟରେ ଛୋଟ ବଚସାକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଛକରେ ଦୋକାନ କରିଥିବା କିଛି ଦୁର୍ବୃତ ପତିଆରା ଦେଖାଇବାକୁ ଯାଇ ଡେଲାଟ ଛକରେ ଖଣ୍ଡା, ଭୁଜାଲି ବୁଲାଇଥିଲେ । ଏହାପରେ ପ୍ରତିପକ୍ଷକୁ ମାଡ ମାରିବା ସହ ଏକ ସ୍କୋର୍ପିଓ ଗାଡିକୁ ଜାଳି ଦେଇଥିଲେ । ଏହି ଘଟଣାରେ ସଂପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କମିସନରେଟ ପୁଲିସ । ସେମାନେ ହେଲେ ସୁଶୀଲ ରାଉତ, ବିଶ୍ୱଜିତ ରାଉତ, ସୁଧୀର ବାରିକ ଓ ରାଜୁ ପ୍ରଧାନ । ଏମାନେ ଛକରେ ଭାଇଗିରି ଦେଖାଇବା ସହ ପୂବ ର୍ରୁ ବିଭିନ୍ନ ଅପରାଧରେ ସଂପୃକ୍ତ ଥିବା କମିସନରେଟ ପୁଲିସ କହିଛି ।