ନ୍ୟାସନାଲ ହେରାଲ୍ଡ ମାମଲାରେ ଚାଲିଛି ଜେରା: ୫ମ ଥର ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡିର ପଚାଉଚରା 

65

କନକ ବ୍ୟୁରୋ: ନ୍ୟାସନାଲ ହେରାଲ୍ଡ ମାମଲାରେ ମଙ୍ଗଳବାର ପୁଣି ଥରେ ଜେରାର ସମ୍ମୁଖୀନ ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ୫ମ ଥର ପାଇଁ ରାହୁଲଙ୍କୁ କରାଯାଇଛି ଜେରା । କଡ଼ା ସୁରକ୍ଷା ଭିତରେ ଆଜି ସକାଳ ୧୧ଟ।। ୧୫ ମିନିଟରେ ଇଡି ଅଫିସରେ ପହଁଚିଥିଲେ ରାହୁଲ । ସୋମବାର  ରାହୁଲଙ୍କୁ ପ୍ରାୟ ୧୨ ଘଂଟା ଧରି ଜେରା କରିଥିଲା ଇଡି । ଜେରା ସମୟରେ ରାହୁଲଙ୍କୁ ୟଙ୍ଗ ଇଣ୍ଡିଆ, ନ୍ୟାସନାଲ ହେରାଲ୍ଡ ଓ ଆସୋସିଏଟ ଜର୍ଣ୍ଣଲ ଲିମିଟେଡ ସମ୍ବନ୍ଧିତ କଂଗ୍ରେସର ମନିଲଡ୍ରିଂ ମାମଲାକୁ ନେଇ ଚାଲିଛି ଜେରା । ସେପଟେ କରୋନାରୁ ସୁସ୍ଥ ହେବା ପରେ ଜୁନ ୨୩ରେ ଜେରା ପାଇଁ ଇଡି ନିକଟରେ ହାଜର ହେବେ ସୋନିଆ ଗାନ୍ଧୀ ।