ଧନଖଡଙ୍କୁ ସମର୍ଥନ ଦେବ ବିଜେଡି। ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ହୋଇଛନ୍ତି ଜଗଦୀପ ଧନଖଡ। 

248

କନକ ବ୍ୟୁରୋ: ଉପରାଷ୍ଟ୍ରପତି ନିର୍ବାଚନରେ ଧନଖଡଙ୍କୁ ବିଜେଡିର ସମର୍ଥନ । ଜଗଦୀପ ଧନକଡଙ୍କୁ ସମର୍ଥନ ନେଇ ବିଜେଡି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ବିଜେଡି ସମର୍ଥନ ଘୋଷଣା କରିଛି । ନାମାଙ୍କନ ଦାଖଲ ବେଳେ ବିଜେଡିର ପ୍ରତିନିଧି ମଧ୍ୟ ଉପସ୍ଥିତ ରହିବେ । ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ମଧ୍ୟ ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିଥିଲା ।