ବ୍ୟାଙ୍କ ଖାତାରୁ ଠକେଇ ମାମଲାରେ ନୂଆ ମୋଡ଼ । ଗାଏବ ହୋଇଥିବା ଅଢ଼େଇ ଲକ୍ଷ ଫେରାଇବ ବ୍ୟାଙ୍କ

163

କନକ ବ୍ୟୁରୋ: ବ୍ୟାଙ୍କ ଖାତାରୁ ଟଙ୍କା ଗାଏବ ଘଟଣାରେ ନୂଆ ମୋଡ । ବାଲେଶ୍ୱର ଇଣ୍ଡସଲ୍ୟାଣ୍ଡ ବ୍ୟାଙ୍କ ଖାତାରୁ ୧୨ ଲକ୍ଷ ଟଙ୍କା ଗାଏବ ହୋଇଯିବା ପରେ ବ୍ୟାଙ୍କ ଆଗରେ ଧାରଣା ଦେଇଥିଲେ ପୀଡ଼ିତ ଦମ୍ପତି । ଫିକ୍ସ ଡିପୋଜିଟରୁ ୧୦ ଲକ୍ଷ ଟଙ୍କା ଓ ଜମା ଖାତାରୁ ପ୍ରାୟ ଅଢ଼େଇ ଲକ୍ଷ ଉଭାନ ହୋଇଯାଇଥିବା ଅଭିଯୋଗ ହୋଇଛି । ତେବେ ଜମାଖାତାରୁ ଠକେଇ ହୋଇଥିବା ଅଢ଼େଇ ଲକ୍ଷ ଟଙ୍କା ବ୍ୟାଙ୍କ ଫେରାଇବାକୁ ରାଜି ହୋଇଥିବା ଦମ୍ପତ୍ତି କହିଛନ୍ତି । ତେବେ ଖାତାରୁ ଟଙ୍କା ଗାଏବ ହେବା ନେଇ ବ୍ୟାଙ୍କ କର୍ମଚାରୀଙ୍କ ଭୂମିକା ସନ୍ଦେହ ଘେରକୁ ଆସିଥିବା ବେଳେ ତଦନ୍ତ ଚାଲିଥିବା କହିଛନ୍ତି ବ୍ୟାଙ୍କ ମ୍ୟାନେଜର ।

ଇଣ୍ଡସଲ୍ୟାଣ୍ଡ ବ୍ୟାଙ୍କ ଖାତାରୁ ୧୨ ଲକ୍ଷ ଟଙ୍କା ଗାଏବ ହୋଇଯିବା ପରେ ବ୍ୟାଙ୍କ ଆଗରେ ଧାରଣା ଦେଇଛନ୍ତି ପୀଡ଼ିତ ଦମ୍ପତି । ଫିକ୍ସ ଡିପୋଜିଟରୁ ୧୦ ଲକ୍ଷ ଟଙ୍କା ଓ ଜମା ଖାତାରୁ ପ୍ରାୟ ଅଢ଼େଇ ଲକ୍ଷ ଉଭାନ ହୋଇଯାଇଛି । କେମିତି ଟଙ୍କା ଫେରିପାଇବେ ତାକୁ ନେଇ ଏବେ ଚିନ୍ତା ଘାରିଛି । ଏସବୁ ଭିତରେ ଜମାଖାତାରୁ ଠକେଇ ହୋଇଥିବା ଅଢ଼େଇ ଲକ୍ଷ ଟଙ୍କା ବ୍ୟାଙ୍କ ଫେରାଇବାକୁ ରାଜି ହୋଇଥିବା ଦମ୍ପତି କହିଛନ୍ତି । ଜମାଖାତାରୁ ଟଙ୍କା ଗାଏବ ନେଇ ଲିଖିତ ଭାବେ ଜଣାଇବା ପରେ ଏହି ଟଙ୍କା ଫେରିପାଇବେ ବୋଲି ବ୍ୟାଙ୍କ କର୍ତୃପକ୍ଷ କହିଥିବା ଜଣାଇଛନ୍ତି ସମୀର ଓ ଜ୍ୟୋସ୍ନା ପ୍ରଧାନ । ଖାତାରୁ ଟଙ୍କା ଗାଏବ ହେବା ନେଇ ବ୍ୟାଙ୍କ କର୍ମଚାରୀଙ୍କ ଭୂମିକା ସନ୍ଦେହ ଘେରକୁ ଆସିଥିବା ବେଳେ ତଦନ୍ତ ଚାଲିଥିବା କହିଛନ୍ତି ବ୍ୟାଙ୍କ ମ୍ୟାନେଜର ।

ତେବେ ଫିକ୍ସ ଡିପୋଜିଟରୁ ଗାଏବ ୧୦ ଲକ୍ଷ ଟଙ୍କା କେବେ ଫେରିପାଇବେ, ଏହାକୁ ନେଇ ଅନିଶ୍ଚିତତା ଭିତରେ ଖାତାଧାରୀ । ଏପ୍ରସଙ୍ଗରେ ସେମାନେ ସାଇବର ଥାନାରେ ଅଭିଯୋଗ ଜଣାଇଛନ୍ତି । ସାଇବର ଥାନାର ଅଧିକାରୀଙ୍କ କହିବା ମୁତାବକ, ମାମଲାର ତଦନ୍ତ ଚାଲିଛି ଓ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।