କ୍ରାଇମବ୍ରାଞ୍ଚକୁ କୋର୍ଟଙ୍କ ଝଟକା। ଗୋପାଳକୁ ନିମହାନ୍ସ ନେବା ପାଇଁ କ୍ରାଇମବ୍ରାଞ୍ଚର ଆବେଦନକୁ ଖାରଜ। 

152

କନକ ବ୍ୟୁରୋ: ଖାରଜ୍ ହେଲା କ୍ରାଇମବ୍ରାଞ୍ଚର ରିଭିଜନ୍ ପିଟିସନ୍ । ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତିର ଅଧିକ ଯାଞ୍ଚ ପାଇଁ ତାକୁ ବେଙ୍ଗାଲୁରୁ ନେବା ଆବେଦନକୁ ଖାରଜ କରିଛନ୍ତି ଝାରସୁଗୁଡ଼ା ଜିଲ୍ଲା ଓ ଦୌରାଜଜ୍ କୋର୍ଟ । ବେଙ୍ଗାଲୁରୁ ସ୍ଥିତ ନିମହାନ୍ସରେ ଗୋପାଳର ଅଧିକ ମାନସିକସ୍ଥିତିର ପରୀକ୍ଷା ପାଇଁ ଆବେଦନ କରାଯାଇଥିଲା । ୧୫ ଦିନ ପାଇଁ ଗୋପାଳକୁ ବେଙ୍ଗାଲୁରୁ ସ୍ଥିତ ନିମହାନ୍ସକୁ ନେବା ପାଇଁ ଝାରସୁଗୁଡା ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ରିଭିଜନ୍ ପିଟିସନ୍ ଫାଇଲ କରିଥିଲା କ୍ରାଇମବ୍ରାଞ୍ଚ । ଯାହାର ଶୁଣାଣି କରି କୋର୍ଟ କ୍ରାଇମବ୍ରାଞ୍ଚର ଆବେଦନକୁ ଖାରଜ କରିଛନ୍ତି ।

ଗତ ୨୨ ତାରିଖରେ କ୍ରାଇମବ୍ରାଞ୍ଚ ପକ୍ଷରୁ କରାଯାଇଥିବା ଆବେଦନକୁ ଜିଲ୍ଲା ଜଜ୍ ଗ୍ରହଣ କରିଥିଲେ । ଶୁଣାଣି ସମୟରେ ଉଭୟ ପକ୍ଷର ଆଇନଜୀବୀ ନିଜ ନିଜ ପକ୍ଷରେ ଯୁକ୍ତି ଉପସ୍ଥାପନ କରିଥିଲେ । ଅଭିଯୁକ୍ତ ବିଚାରବିଭାଗୀୟ ହେପାଜତକୁ ଯିବା ପରେ ଆଉ ରିମାଣ୍ଡ ଦେବାର ନିୟମ ନଥିବାରୁ ଆବେଦନକୁ ଖାରଜ କରିବା ପାଇଁ ଯୁକ୍ତି ଉପସ୍ଥାପନ କରାଯାଇଥିଲା । ପୂର୍ବରୁ କ୍ରାଇମବ୍ରାଞ୍ଚର ଜେଏମ୍ଏଫ୍ସି କୋର୍ଟରେ ଗୋପାଳର ମାନସିକ ସ୍ଥିତିର ଅଧିକ ପରୀକ୍ଷା ପାଇଁ ଆବେଦନ କରିଥିଲେ । ଜେଏମଏଫସି କୋର୍ଟ ଖାରଜ କରିବା ପରେ ଜିଲ୍ଲା କୋର୍ଟରେ ଆବେଦନ କରାଯାଇଥିଲା । ସୂଚନା ଅନୁସାରେ ନିମହାନ୍ସରୁ ଆସିଥିବା ସ୍ୱତନ୍ତ୍ର ଟିମ୍ ଜେଲରେ ଗୋପାଳର ମାନସିକସ୍ଥିତିର ଯାଞ୍ଚ କରିଥିଲେ । ତେବେ ଅଧିକ ପରୀକ୍ଷା ପାଇଁ ନିମହାନ୍ସ ନେବାକୁ ପରାମର୍ଶ ଦେଇଥିଲେ ଏହି ଟିମ୍ । ଏହି ଆଧାରରେ କୋର୍ଟରେ ଆବେଦନ କରିଥିଲା କ୍ରାଇମ୍ବ୍ରାଞ୍ଚା