ପଳାତକ ମାଲ୍ୟାଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା, ସମ୍ପତ୍ତି ଜବତ କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ।

123

କନକ ବ୍ୟୁରୋ: ଦେଶରୁ ପଳାୟନ କରିଥିବା ବିଜୟ ମାଲ୍ୟାଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା ମିଳିଛି । ତାଙ୍କ ସମ୍ପତ୍ତି ଜବତ କରିବା ପାଇଁ ମୁମ୍ବାଇର ଏକ ଅଦାଲତ ଫଇସଲା ଶୁଣାଇଥିଲେ । ମାଲ୍ୟା ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ତେବେ ତାଙ୍କୁ ସେଠାରୁ କୌଣସି ପ୍ରକାରର ଆଶ୍ୱସ୍ଥି ମିଳିପାରିନାହିଁ । ଅର୍ଥାତ ତାଙ୍କ ସମ୍ପତ୍ତି ଜବତ କରିବାର ରାସ୍ତା ଆହୁରି ସଫା ହୋଇଯାଇଛି ।

ସୁପ୍ରିମକୋର୍ଟ ବିଜୟ ମାଲ୍ୟାଙ୍କ ସେହି ଆବେଦନକୁ ଖାରଜ କରିଦେଇଛନ୍ତି ଯେଉଁଥିରେ ମୁମ୍ବାଇର ଏକ ଅଦାଲତ ମାଲ୍ୟାଙ୍କୁ ପଳାତକ ଏବଂ ଆର୍ଥିକ ଅପରାଧୀ ଘୋଷିତ କରିଥିଲେ । ଏହା ଛଡା ତାଙ୍କର ସମ୍ପତ୍ତି ଜବତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ମାଲ୍ୟାଙ୍କୁ ଗୋଟିଏ ସମୟରେ ଦୁଇ ଦୁଇଟି ଝଟକା ମିଳିଛି । ଗୋଟିଏ ପଟରେ ସେ ଆର୍ଥିକ ଅପରାଧୀ ଘୋଷିତ ହୋଇସାରିଛନ୍ତି ତ ଅନ୍ୟପଟେ ତାଙ୍କ ସମ୍ପତ୍ତି ଜବତ ହେବାର ରାସ୍ତା ପରିଷ୍କାର ହୋଇଛି ।

ଶୁଣାଣି ସମୟରେ ସୁପ୍ରିମକୋର୍ଟରେ ମାଲ୍ୟାଙ୍କ ଓକିଲ ଦାବି କରିଥିଲେ ଯେ ତାଙ୍କ ମହକିଲଙ୍କ ତରଫରୁ ତାଙ୍କୁ କୌଣସି ସୂଚନା ମିଳିପାରୁନାହିଁ । ସେ ନିଜେ ଅନ୍ଧାରରେ ଅଛନ୍ତି । ତେଣୁ ଏହି ମାମଲାରେ ମାଲ୍ୟାଙ୍କୁ ଝଟକା ମିଳିବା ସାଧାରଣ କଥା । ତାଙ୍କ ପକ୍ଷରୁ ଲଢୁଥିବା ଓକିଲ ନିଜେ ଏହି ପ୍ରସଙ୍ଗରେ ସଠିକ ଭାବେ ଅବଗତ ନାହାନ୍ତି । ଏହା ପ୍ରଥମ ଥର ନୁହେଁ ଯେତେବେଳେ ମାଲ୍ୟାଙ୍କ ଓକିଲ ଅନ୍ଧାରରେ ବାଡି ବୁଲାଉଛନ୍ତି ପୂର୍ବରୁ ମଧ୍ୟ ଏହି ସ୍ଥିତି ଦେଖାଦେଇଛି । କୋର୍ଟ ବର୍ତ୍ତମାନ ମାଲ୍ୟାଙ୍କୁ ଜୋରଦାର ଝଟକା ଦେଇଛନ୍ତି ।