ବିବାଦ ଭିତରେ ଆରମ୍ଭ ହେଲା ରେଭେନ୍ସା ଫିଲ୍ମ ଫେଷ୍ଟିଭାଲ। ଛାତ୍ରଛାତ୍ରୀଙ୍କ ଧାରଣା ପରେ କର୍ତ୍ତୃପକ୍ଷଙ୍କ ଅନୁମତି।

82

କନକ ବ୍ୟୁରୋ: ପୋଲିସ ଉପସ୍ଥିତିରେ ଚାଲିଛି ରେଭେନ୍ସା ଫିଲ୍ମ ଫେଷ୍ଟିଭାଲ-୨୦୨୩ ।ଅନେକ ବାଦବିବାଦ ଭିତରେ ଫିଲ୍ମ ଫେଷ୍ଟିଭାଲ ଆରମ୍ଭ ହୋଇଛି । ତେବେ ଫିଲ୍ମ ଫେଷ୍ଟିଭାଲ ଭିତରେ ବିବାଦ ଆଶଙ୍କା କରି ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଫିଲ୍ମ ଫେଷ୍ଟିଭାଲରେ ସତ୍ୟଜିତ ରାୟଙ୍କ ପାଥେର ପାଞ୍ଚାଲି ପ୍ରଦର୍ଶିତ ହୋଇଥିବା ବେଳେ ଗେ’ ଇଣ୍ଡିଆ ମାଟ୍ରିମୋନି ଏବଂ ହଦ୍ ଅନହଦ୍ ପ୍ରଦର୍ଶିତ ହୋଇନାହିଁ । ପ୍ରଦର୍ଶିତ ତାଲିକାରେ ସ୍ଥାନ ପାଇଥିବା କିଛି ଫିଲ୍ମକୁ ନେଇ ବିବାଦ ବଢିଥିଲା ।

ଏହାରି ଭିତରେ ଯେଉଁ ଛାତ୍ରଛାତ୍ରୀ ଫିଲ୍ମ ସପକ୍ଷରେ ଅଛନ୍ତି ସେମାନେ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତାରେ ପ୍ରତିବାଦ କରି ଲେଖିଛନ୍ତି । ଗତକାଲି କୌଣସି କାରଣ ନଦର୍ଶାଇ ହଠାତ ଫିଲ୍ମ ଫେଷ୍ଟିଭାଲ ଆୟୋଜନକୁ ବାତିଲ୍ କରିଦେଇଥିଲେ ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି । ଏହାକୁ ବିରୋଧ କରି ପ୍ରତିବାଦରେ ବସିଥିଲେ ଛାତ୍ରଛାତ୍ରୀ । ଏକ ପ୍ରତିନିଧିମଣ୍ଡଳ ଏ ସମ୍ପର୍କରେ କୁଳପତିଙ୍କ ସହ ଆଲୋଚନା ବି କରିଥିଲେ । ଏସବୁ ଭିତରେ ଆଜି ପୁଣି ଆରମ୍ଭ ହୋଇଛି ରେଭେନସା ଫିଲ୍ମ ଫେଷ୍ଟିଭାଲ-୨୦୨୩ ।