ବିରଳ ଅସ୍ତ୍ରୋପଚାର କରି ସଫଳତା ପାଇଲେ ଆମେରିକୀୟ ଡାକ୍ତର: ମଣିଷ ଶରୀରରେ ଘୁଷୁରୀର ହୃଦୟ ପ୍ରତିରୋପଣ

157

କନକ ବ୍ୟୁରୋ: ଚିକିତ୍ସା ଜଗତରେ ଇତିହାସ ରଚିଛନ୍ତି ଆମେରକୀୟ ଡାକ୍ତର । ଆମେରିକୀୟ ଡାକ୍ତରଦଳ ଏକ ଘୁଷୁରୀର ହୃଦୟକୁମ ମଣିଷ ଶରୀର ପ୍ରତିରୋପଣ କରି ବିରଳ ରେର୍କଡ ସୃଷ୍ଟି କରିଛନ୍ତି । ଏହି ପ୍ରତିରୋପଣ ସଫଳ ହେବା ପରେ ଆଗକୁ ସମାନ ପ୍ରକିୟାରେ ଅନେକ ଜୀବନ ବଂଚାଇ ହେବା ନେଇ ଏକ ନୂଆ ସମ୍ଭାବନା ଦେଖାଦେଇଛି । ଜେନେଟିକ ରୂପାନ୍ତରିତ ପଦ୍ଧତିରେ ଏହାକୁ ସଫଳତାର ସହ ପ୍ରତିରୋପଣ କରାଯାଇଛି । ଆମେରିକାରେ ମେରିଲାଣ୍ଡରେ ଥିବା ୟୁନିଭରସିଟି ଅଫ ମେରିଲାଣ୍ଡ ମେଡିକାଲ ସ୍କୁଲ ଅଫ ମେଡିସିନ ଚିକିତ୍ସକ ମାନେ ଏଭଳି ଏକ ଅପରେସନ କୁ ୍ରସଫଳ ରୁପ ଦେଇଛନ୍ତି ।

ସୁଚନା ଅନୁସାରେ, ୫୭ ବର୍ଷିୟ ଡେଭିଡ ହୁଦୟ ସମ୍ବନ୍ଧିତ ରୋଗରେ ଆକ୍ରାନ୍ତ ଥିଲେ । ଦିର୍ଘ ଦିନ ଧରି ଚିକିତ୍ସା ହେବାପରେ ମଧ୍ୟ କିଛି ସ୍ରୁଫଳ ମିଳିନଥିଲା । ଡେଭିଡ ବେନେଟଙ୍କ ରିର୍ପୋଟ ଦେଖିବା ପରେ ହାର୍ଟ ଟ୍ରାନ୍ସପ୍ଲାଂଟ ବା କୁତ୍ରିମ ହାର୍ଟ ପମ୍ପ ବ୍ୟବହାର କରାଯାଇପାରିବ ନାହିଁ ବୋଲି ଜଣାପଡିିଥିଲା । ଏହି ସମୟରେ ଘୁଷୁରୀ ହାର୍ଟ ପ୍ରତିରୋପଣ ଏକ ମାତ୍ର ବିକଳ୍ପ ଥିଲା । ଡିସେମ୍ବର ୩୧ରେ ଅସ୍ତ୍ରୋପଚାର ପାଇଁ ଆମେରିକା ଖାଦ୍ୟ ଓ ଔଷଧ ପ୍ରଶାସନ ଜରୁରୀକାଳୀନ ଅନୁମୋଦନ ପ୍ରଦାନ କରିଥିଲେ । ।