ପ୍ରେମିକା ଓ ପରିବାର ସଦସ୍ୟଙ୍କୁ ନିଆଁ ଲଗାଇବା ଘଟଣା : କୋର୍ଟରେ ହାଜର ପରେ ଜେଲ ଗଲା ଅଭିଯୁକ୍ତ

158

କନକ ବ୍ୟୁରୋ : ବଲାଙ୍ଗୀର ଲାଠୋରରେ ପ୍ରେମିକା ଓ ପ୍ରେମିକାର ପରିବାରକୁ ହତାଶ ପ୍ରେମିକ ପେଟ୍ରୋଲ ଢାଳି ପୋଡି ମାରିଦେବାକୁ ଉଦ୍ୟମ କରିବା ଘଟଣା । ଅଭିଯୁକ୍ତ ସ୍ୱସ୍ତିକ ଦାସକୁ ଖପ୍ରାଖୋଲ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରିବା ପରେ କୋର୍ଟ ଫରୱାର୍ଡ କରାଯାଇଛି । ପ୍ରେସମିଟ କରି ଘଟଣା ବାବଦରେ ସୂଚନା ଦେଲେ ଅତିରିକ୍ତ ପାଟଣାଗଡ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ । ସୂଚନା ଅନୁସାରେ ପ୍ରେମିକା ଓ ତାଙ୍କ ପୁରୁଷ ବନ୍ଧୁ ସ୍ୱସ୍ତିକ ଦାସ ୨ ବର୍ଷ ହେଲା ଲିଭ ଇନ ରିଲେସନସିପରେ ରହୁଥିଲେ ।

ବିକାଶ ମେଡିକାଲରେ କାମ କରିବା ସମୟରୁ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ହେଲେ ଏବେ ଯୁବତୀ ଜଣକ ଲାଠୋର ଥାନା ଅନ୍ତର୍ଗତ ମାଳପଡ଼ା ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି । ପ୍ରେମ ସମ୍ପର୍କକୁ ନେଇ ଫାଟ ସୃଷ୍ଟି ହେବା ପରେ ପ୍ରେମିକା, ପ୍ରେମିକାର ଭାଇ ଓ ମାଆଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଖପ୍ରାଖୋଲ ମେଡିକାଲରେ ଭର୍ତ୍ତି କରିଥିଲା । ପ୍ରେମିକା, ତାଙ୍କ ଭାଇ ଓ ମାଆଙ୍କୁ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜର ବର୍ଣ୍ଣ ୟୁନିଟକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଅଭିଯୁକ୍ତ ସ୍ୱସ୍ତିକକୁ ଖପ୍ରାଖୋଲ ଡାକ୍ତରଖାନାରୁ ଡିସଚାର୍ଜ କରିବା ପରେ ଜେଲ ପଠାଇ ଦିଆଯାଇଛି ।