ଦୁର୍ଘଟଣା ନେଇଗଲା ୯ ଜୀବନ। ରାୟଗଡାରେ ଟ୍ରକ-ଅଟୋ ଧକ୍କା। ଯୋଡାରେ ଟ୍ରକ-ସ୍କୋର୍ପିଓ ଧକ୍କାରେ ୩ ଜଣଙ୍କର ମୃତ୍ୟୁ

178

କନକ ବ୍ୟୁରୋ: ଦୁର୍ଘଟଣାର ସନ୍ଧ୍ୟା । ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିବାରୁ ୯ ଜଣଙ୍କର ମୃତ୍ୟୁ ଘଟିଛି । ରାୟଗଡା ଆନ୍ଧ୍ର-ଓଡିଶା ସୀମାନ୍ତ କେରେଡାରେ ଏକ ଟ୍ରକ ଓ ଅଟୋ ମଧ୍ୟରେ ଦୁର୍ଘଟଣା ହୋଇଛି । ଏଥିରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ହୋଇଛି । ଅଟୋରେ ମୋଟ୍ ୮ ଜଣଥିଲେ । ଏବେ ୨ ଗୁରୁତର ବିଶାଖପାଟନାର ଏକ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଛନ୍ତି । ଦୁର୍ଘଟଣାର ଚିତ୍ର ଏତେ ଭୟାନକ ତାହା ଦେଖିହେବ ନାହିଁ । ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘାରିଆଣିଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି ।

ସେହିପରି ଆଉ ଏକ ଦୁର୍ଘଟଣା କେନ୍ଦୁଝର ଯୋଡାରେ ହୋଇଛି । ଏକ ଟ୍ରକର ପଛପଟେ ସ୍କୋର୍ପିଓ ଧକ୍କା ଦେବାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଏବେ କେନ୍ଦୁଝର ମେଡିକାଲରେ ଭର୍ତି ହୋଇଛନ୍ତି ।