ସରିଲା ୫୫ଦିନର ଲୁଚକାଳି ଖେଳ, ବନ୍ଧା ହେଲା ଶେଖ୍ ଶାହାଜାହାନ: ୧୦ ଦିନିଆ ରିମାଣ୍ଡରେ ସନ୍ଦେଶଖାଲି ମାମଲାର ମୁଖ୍ୟ ଅଭିଯୁକ୍ତ

367

କନକ ବ୍ୟୁରୋ: ପଶ୍ଚିମବଙ୍ଗ ସନ୍ଦେଶଖାଲି ମାମଲାର ମାଷ୍ଟରମାଇଣ୍ଡକୁ ଡବଲ ଝଟକା । ଯୌନଉତ୍ପୀଡୀନ, ଜମି ଦୁନୀର୍ତି ଓ ଅନ୍ୟାନ୍ୟ ମାମଲାର ଅଭିଯୁକ୍ତ ଖେଖ ଶାହାଜାନ ଗିରଫ ହେବା ସହ ଟିଏମସିରୁ ନିଲମ୍ବିତ କରାଯାଇଛି । ପ୍ରାୟ ୫୫ଦିନର ଲୁଚକାଳି ପରେ ୨୪ପ୍ରଗଣାରୁ ସନ୍ଦେଶଖାଲିରୁ ଶେଖ ଶାହାଜାନକୁ ଗିରଫ କରାଯାଇଛି ।

୫୫ ଦିନର ଲୁଚକାଳି ପରେ ଗିରଫ ହୋଇଛି ପଶ୍ଚିମବଙ୍ଗ ସନ୍ଦେଶଖାଲି ମାମଲାର ମାଷ୍ଟରମାଇଣ୍ଡ । ଶେଖ୍ ଶାହାଜାହାନ । ଗିରଫ ପରେ ତାକୁୁ ବଶିରହାଟ ଅଦାଲତରେ ହାଜର କରାଯାଇ ୧୦ ଦିନିଆ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି । ଉତର ୨୪ପ୍ରଗଣାର ମିନାଖାନ ଅଂଚଳରୁ ଜଣେ ସହଯୋଗୀ ଘରୁ ବୁଧବାର ରାତିରେ ଶେଖ ଶାହାଜାହାନକୁ ଗିରଫ କରିଥିଲା ପଶ୍ଚିମବଙ୍ଗ ପୋଲିସ । ସନ୍ଦେଶଖାଲି ଯୌନ ଶୋଷଣ ସାଙ୍ଗକୁ, ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ଘଟଣାରେ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗିରଫ ହୋଇଛି ଶେଖ ଶାହାଜାହାନ । ଏହାପରେ ଆକ୍ସନ ମୋଡକୁ ଆସିଛି ମମତା ବାନାର୍ଜୀଙ୍କ ଟିଏମସି, ଗିରଫ ପରେ ଏହି ଅଭିଯୁକ୍ତ ନେତାଙ୍କୁ ଦଳ ପକ୍ଷରୁ ୬ବର୍ଷ ପାଇଁ ନିଳମ୍ବନ କରାଯାଇଛି ।

ସନ୍ଦେଶଖାଲି ମାମଲାର ମୁଖ୍ୟ ଅଭିଯୁକ୍ତର ଗିରଫଦାରୀ ପରେ ମମତା ସରକାର ଉପରେ ବର୍ଷିଛି ବିଜେପି । ‘ବ୍ୟାପକ ଆନ୍ଦୋଳନ ଓ ହାଇକୋର୍ଟଙ୍କ ଚାପରେ ଆସି ଶେଷରେ ଶେଖ ଶାହାଜାହାନକୁ ଗିରଫ ପାଇଁ ପୋଲିସ ବାଧ୍ୟ ହୋଇଛି’ । ରାଜ୍ୟ ନୁହେଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ସମସ୍ତ ମାମଲାର ତଦନ୍ତ କରାଯାଉ ବୋଲି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଦାବି କରିଛନ୍ତି ।

କିଛି ଦିନ ପୂର୍ବରୁ ପଶ୍ଚିମବଙ୍ଗ ରାସନ ଦୁର୍ନୀତି ମାମଲାରେ ପଚରା ଉଚରା ପାଇଁ ଯାଇଥିବା ବେଳେ ଇଡି ଅଧିକାରୀଙ୍କ ଟିମ୍ ଆକ୍ରମଣ କରିଥିଲେ ଶେଖ ଶାହାଜାହାନ । ସେହପରି ସନ୍ଦେଶଖାଲିରେ ମହିଳାଙ୍କୁ ଯୌନ ଶୋଷଣ କରି ଜମି ହଡ଼ପ ନେଇ ମଧ୍ୟ ଶେଖ ଶାହାଜାହାନ ବିରୋଧରେ ଆସିଥିଲା ଅଭିଯୋଗ । ୫୫ଦିନର ଲୁଚକାଲି ଖେଳ ପରେ ଶେଷରେ ଏହି ବିବାଦୀୟ ନେତା ଆଇନ ହାତରେ ଧରାପଡିଛି ।