ବିଜେପି ଆଜି ଘୋଷଣା କରିପାରେ ୧୦୦ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ: ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ

199

କନକ ବ୍ୟୁରୋ: ବିଜେପି ଆଜି ଘୋଷଣା କରିପାରେ ଶହେ ଲୋକସଭା ପ୍ରାର୍ଥୀଙ୍କ ନାଁ । ଏଥିପାଇଁ ଦିଲ୍ଲୀରେ ବିଜେପି ନିର୍ବାଚନ କମିଟିର ବୈଠକ ଚାଲିଛି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ବୈଠକରେ ଦଳର ବରିଷ୍ଠ ନେତା ସାମିଲ ହୋଇଛନ୍ତି । କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ବି ସାମିଲ ହୋଇଛନ୍ତି । ବାରଣାସୀ ଭଳି କିଛି ଭିଆଇପି ସିଟ୍ ସମେତ ଆଉ କିଛି ପ୍ରମୁଖ ଆସନ ପାଇଁ ବୈଠକରେ ଆଲୋଚନା ହେଉଛି । ବାରଣାସୀ ଆସନ ପାଇଁ ଦଳ ପୁଣିଥରେ ନରେନ୍ଦ୍ର ମୋଦିଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ପ୍ରଥମ ତାଲିକାରେ ଓଡିଶାର ମଧ୍ୟ କିଛି ଆସନ ନାଁ ଆସିପାରେ ବୋଲି କୁହାଯାଉଛି । ପ୍ରଥମ ପର୍ଯ୍ୟାୟ ତାଲିକାରେ ୟୁପି, ଗୁଜରାଟ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର କିଛି ଆସନ ପାଇଁ ନାଁ ଘୋଷଣା ହୋଇପାରେ ।