ବାଂଲାଦେଶ ଇସକନ ମନ୍ଦିର ଉପରେ ଆକ୍ରମଣ, ୨୦୦ ଦୁର୍ବୃତ୍ତ ଆକ୍ରମଣ କରିଥିବା ସୂଚନା

103

କନକ ବ୍ୟୁରୋ :  ବାଂଲାଦେଶ ଇସକନ ମନ୍ଦିରରେ ଦୁର୍ବୃତ୍ତ ମାନେ ପସି ଭଙ୍ଗାରୁଜା କରିଛନ୍ତି । ପ୍ରାୟ ୨ ଶହରୁ ଅଧିକ ଲୋକେ ମନ୍ଦିର ଭିତରକୁ ପ୍ରବେଶ କରି ଭଙ୍ଗାରୁଜା କରିବା,  ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଓ ଟଙ୍କା ଲୁଟ କରିବା ଭଳି କାଣ୍ଡ ଭିଆଇଥିଲେ । ଘଟଣାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ସେପଟେ ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ବାଂଲାଦେଶରେ ଥିବା ଇସକନ ମନ୍ଦିରରେ ପୁଣିଥରେ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ । ଗୁରୁବାର ସନ୍ଧ୍ୟାରେ ମନ୍ଦିର ପରିସରରେ ଗୁରୁପୁର୍ଣ୍ଣିମା ପାଇଁ ପ୍ରସ୍ତୁତି ଚାଲିଥିଲା । ଏହି ସମୟର ପ୍ରାୟ ୨୦୦ ଶହରୁ ଅଧିକ ଲୋକେ ମନ୍ଦିରେ ଭିତରେ ଜବରଦସ୍ତ ପ୍ରବେସ କରିଥିଲେ । କେହି କିଛି ବୁଝିବା ପୁର୍ବରୁ ଶ୍ରଦ୍ଧାଳୁଙ୍କୁ ମାଡ ମାରିବା, ଭଙ୍ଗାରୁଜା କରିବା ସହ ଟଙ୍କା ପଇସା ଓ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଚୋରି କରି ନେଇଥିଲେ  । ଘଠଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିବା ଜଣାପଡିଛି । ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି ।

ଗୁରୁପୂର୍ଣ୍ଣିମା ଅବସରରେ ରାଧାକାନ୍ତ ମନ୍ଦିର ପରିସର ପୁରା ବ୍ୟସ୍ତ ଥିଲା । ଶ୍ରଦ୍ଧାଳୁମାନେ ମନ୍ଦିର ଭିତରେ ପୁର୍ଜାଚନାରେ ବ୍ୟସ୍ତ ଥିବା ବେଳେ ଅଚାନକ ୨୦୦ ଲୋକ ମନ୍ଦିର ଭିତରେ ପ୍ରବେଶ କରିଥିଲେ । ମନ୍ଦିର ମୂର୍ତି, ଗୁରୁତ୍ୱପୁର୍ଣ୍ଣ ସାମଗ୍ରୀକୁ ଭାଙ୍ଗି ଚୁରମାର କରିବାସହ ଲୁଟ ତରାଜ କରିଥିଲେ । ଦୁବୁର୍ତଙ୍କ ଏଭଳି କାଣ୍ଡ ଯୋଗୁଁ ଆଖ ପାଖ ଅଂଚଳରେ ଭୟର ବାତାବରଣ ଖେଳିଯାଇଥିବା ଦେଖିବାକୁ ମିଳିଥିଲା  । ମୁସଲମାନ ବହୁଳ ଦେଶ ବାଂଗଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣର ଏଭି ଚିତ୍ର ଅନେକ ଥର ସାମ୍ନାକୁ ଆସିଛି । ଦେଶରେ ହିନ୍ଦୁଙ୍କ ସଂଖ୍ୟା କମ୍ ଥିବାରୁ ଅନେକ ସମୟରେ ଏଭଳି ସମସ୍ୟା ସାମ୍ନା କରିବାକୁ ପଡୁଛି ।

 ଗତବର୍ଷ ଦଶହରା ଅବସରରେ ମଧ୍ୟ ଇସକନ୍ ମନ୍ଦିର ଉପରେ ଆକ୍ରମଣ ହୋଇଥିଲା । ପୋଲିସ୍ର ତଦନ୍ତ ବିଶେଷ କିଛି କାମ ଦେଇ ନଥିଲା ଶେଷ ଥର । ତେବେ ଏଥର ଏହି ଘଟଣାକୁ ନେଇ ପୋଲିସ ଓ ପ୍ରଶାସନ କଣ ନିଷ୍ପତି ନେଉଛି ତାହା ଦେଖିବାକୁ ବାକି ରହିଲା ।