୨୧ ପରେ ତାପମାତ୍ରା କମିବା ସମ୍ଭାବନା: ୨୨, ୨୩ରେ ବିଭିନ୍ନ ସ୍ଥାନରେ ହୋଇପାରେ ବର୍ଷା

183

କନକ ବ୍ୟୁରୋ: ୨୧ ତାରିଖ ପରେ ରାଜ୍ୟରେ ତାପମାତ୍ରା କମିବା ସମ୍ଭାବନା ରହିଛି । ୨୨ ଓ ୨୩ରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ଆଜି ୧୧ ଜିଲ୍ଲା ପାଇଁ ହିଟୱେଭ ୱାର୍ଣ୍ଣିଂ ଜାରି ହୋଇଛି । ରାଜ୍ୟରେ ଆଜିବି ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିଲା । ପ୍ରବଳ ତାତିରେ ଛଟପଟ ହେଉଛନ୍ତି ଲୋକେ । ତେବେ କାଲି ବି ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ସତର୍କ କରିଛି । ଏହାରି ଭିତରେ ବର୍ଷା ହେବାର ପୂର୍ବାନୁମାନ ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି ।