ଜଳୁଛି ବାରିପଦା ସହର । ଆକାଶରୁ ବର୍ଷୁଛି ନିଆଁ । ତାତି କରୁଛି କଲବଲ

143

କନକ ବ୍ୟୁରୋ: ବର୍ଷକୁ ବର୍ଷ ରେକର୍ଡ ପରେ ରେକର୍ଡ କରୁଛି ବାରିପଦା ତାତି । ବଣପାହାଡ ଘେରା ବାରିପଦା ସହର ଗତ ଦୁଇ ବର୍ଷ ହେଲା କେତେବେଳେ ବିଶ୍ୱର ଉତ୍ତପ୍ତ ସହର ଭାବେ ରେକର୍ଡ କରୁଛି ତ’ ପୁଣି କେତେବେଳେ ରାଜ୍ୟର ଉତ୍ତପ୍ତ ସହର । ତେଣୁ ସହରର ତାପମାତ୍ରା ବୃଦ୍ଧି ଏବେ ସ୍ଥାନୀୟ ଲୋକଙ୍କ ଚିନ୍ତାର କାରଣ ପାଲଟିଛି । ଆହୁର ୨ ଦିନ ଯାଏଁ ତାତିକୁ ନେଇ ପାଣିପାଗ ବିଭାଗ ସତର୍କ କରିବା ପରେ ଲୋକଙ୍କ ହୋସ ଉଡିଯାଉଛି ।

  • ଜଳୁଛି ବାରିପଦା ସହର
  • ଆକାଶରୁ ବର୍ଷୁଛି ନିଆଁ!
  • ତାତି କରୁଛି କଲବଲ

ମଙ୍ଗଳବାର ବାରିପଦା ତାତି ଶିଖର ଛୁଇଁଥିଲା । ବିଶ୍ୱର ଦ୍ୱିତୀୟ ଉତ୍ତପ୍ତ ସହର ଭାବେ ତାପମାତ୍ରା ରେକର୍ଡ ହୋଇଛି । ସାରା ରାଜ୍ୟ ଆକାଶରୁ ଯେମିତି ଅଗ୍ନି ବର୍ଷା ହେଉଛି । ତାତି ଜୀବନ ଜୀବିକାକୁ ପ୍ରଭାବିତ କରିଛି । ଶିମିଳିପାଳ ଜୈବମଣ୍ଡଳର ଖୁବ୍ ନିକଟରେ ଥିବା ବାରିପଦା ସହରର ତାତି ବିଶେଷଜ୍ଞ ଓ ପରିବେଶବିତଙ୍କୁ ଚିନ୍ତାରେ ପକାଇ ଦେଇଛି । କଂକ୍ରିଟ୍ ଦୁନିଆ, ଅବାଧ ଗଛକଟା ଏବଂ ସୌନ୍ଦର୍ଯ୍ୟକରଣ ନାଁରେ ସହରରେ ଥିବା ଜଳାଶୟକୁ ପୋତି ଦେବା, ତାପମାତ୍ରା ବୃଦ୍ଧିର କାରଣ ବୋଲି ମତ ପ୍ରକାଶ କରିଛନ୍ତି ପରିବେଶ୍ୱିତ ଓ ଗବେଷକମତ ।

ବାରିପଦାରକୁ ପ୍ରଚଣ୍ଡ ରୌଦ୍ରତାପରୁ ମୁକ୍ତି ପାଇବା ପାଇଁ ତତ୍କାଳୀନ ରାଜାମହାରାଜା ସହରରେ ଜଳାଶୟ ଖୋଳିଥିଲେ । ଏବେ ବି ସହର ଚାରିପଟେ ବଡ଼ପୋଖରୀ, ଚାପଲପୋଖରୀ, ହେମସାଗର, ତିନିକଆ, ଘୋଡ଼ାଶାଳ, ନୂଆବନ୍ଧ ଓ ଝିଞ୍ଜିରିବନ୍ଧ ଭଳି ପୋଖରୀ ରହିଛି । ଏହାସହ ବୁଢ଼ାବଳଙ୍ଗ, ଚିପଟ, ଜରାଳୀ ଓ ସରାଳୀ ନଦୀ ମଧ୍ୟ ବହୁଛି । ତଥାପି ସହରର ତାତି ନିୟନ୍ତ୍ରଣକୁ ଆସୁନାହିଁ । କାରଣ, ବହୁତଳ କୋଠା ନିର୍ମାଣ, ସୌନ୍ଦର୍ଯ୍ୟକାରଣ ଆଳରେ ସେଗୁଡିକୁ ପୋତି ଦିଆଯାଉଥିବା ଅଭିଯୋଗ ହୋଇଛି । ଜନସଂଖ୍ୟା ବୃଦ୍ଧି ଯୋଗୁଁ ନିର୍ମାଣ ହେଉଥିବା କଂକ୍ରିଟ ସହରକୁ ଦାୟୀ କରିବା ସହ ଉଦବେଗ୍ ପ୍ରକାଶ କରିଛନ୍ତି ପରିବେଶବିତ୍ ।

ଏହି ତତଲା ତାୱାରୁ ବଞ୍ଚିିବା ପାଇଁ ସହରବାସୀ ତ୍ରାହିତ୍ରାହି ଡାକୁଥିବା ବେଳେ ଜିଲ୍ଲାପାଳଙ୍କ ପକ୍ଷରୁ ‘ହିଟୱେବ୍’ ଆଲର୍ଟ ଜାରୀ କରାଯାଇଛି । ସେପଟେ ଆଗାମୀ ଦିନରେ ବୃକ୍ଷରୋପଣ ସାଙ୍ଗକୁ ପ୍ରକୃିତର ରକ୍ଷଣାବେକ୍ଷଣର ବ୍ୟବସ୍ଥା କରାନଗଲେ ତାପମାତ୍ରାକୁ ନିୟନ୍ତ୍ରଣ କରାଇପାରିବ ନାହିଁ ବୋଲି କହିଛନ୍ତି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଡ ପ୍ରଫେସର ଡକ୍ଟର ଶୁଭାନୀ ରଥ ।