କାଳବୈଶାଖୀ ଆଣିଛି ସାମାନ୍ୟ ଆଶ୍ୱସ୍ତି । ଉପକୂଳବର୍ତୀ ଅଂଚଳ ଓ ଦକ୍ଷିଣ ଓଡ଼ିଶା ପାଇଁ ମାତ୍ର ୪୮ ଘଣ୍ଟା ପାଇଁ ନିସ୍ତାର

174

କନକ ବ୍ୟୁରୋ : ପ୍ରବଳ ତାତିରୁ ଆଶ୍ୱସ୍ତି ଆଣିଲା କାଳବୈଶାଖୀ । ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ୩ଘଂଟା ଲାଗି ଭୁବନେଶ୍ୱର, କଟକ, ଗଂଜାମ, ନୟାଗଡ଼, କନ୍ଧମାଳ ଓ ଢେଙ୍କାନାଳକୁ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଏହାସହ ବିଜୁଳି ଓ ଘଡ଼ଘଡ଼ିରୁ ବର୍ତିବା ପାଇଁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

ସେପଟେ ରାଜ୍ୟର ଅନ୍ୟସ୍ଥାନମାନଙ୍କରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଦିନ ୧୧ ଟା ସୁଦ୍ଧା ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିଲା । ହେଲେ କାଳବୈଶାଖୀ ବର୍ଷା ପାଇଁ ଉପକୂଳବତ୍ତୀ ଓ ଦକ୍ଷିଣ ଓଡିଶା ବ୍ୟତୀତ ଅନ୍ୟ କିଛି ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି ।