କ୍ରିକେଟ୍ ଦେଖିଲେ, କାର୍ ଜିତିଲେ: ଆଇପିଏଲ ମ୍ୟାଚର ଅନଲାଇନ୍ କୁଇଜ୍ ପ୍ରଶ୍ନର ଉତର ଦେଇ ବାଲେନୋ ଜିତିଲେ ମୟୂରଭଞ୍ଜର ଭୀମସେନ୍ ମହାନ୍ତ

1,505

କନକ ବ୍ୟୁରୋ: ଆଇପିଏଲ ମ୍ୟାଚ୍ ଦେଖିଲେ , ବାଲେନୋ କାର ଜିତିଲେ । ଆଇପିଏଲ ମ୍ୟାଚର ଅନଲାଇନ୍ କୁଇଜ୍ ପ୍ରଶ୍ନର ଉତର ଦେଇ କାର ଜିତିଛନ୍ତି ମୟୁରଭଂଜ ଯଶୀପୁର ଅଂଚଳର ଭୀମସେନ ମହାନ୍ତ । ରାଜସ୍ଥାନ -ଦିଳ୍ଲୀ ମଧ୍ୟରେ ଚାଲିଥିବା ଆଇପିଏଲ ମ୍ୟାଚ୍ ଦେଖୁଥିବା ସମୟରେ ଭୀମସେନଙ୍କୁ ମୋବାଇଲରେ କିଛି ଅନଲାଇନ ପ୍ରଶ୍ନ ପଚରା ଯାଇଥିଲା । ୭ଟି ପ୍ରଶ୍ନରୁ ସେ ୫ଟିର ସଠିକ୍ ଉତର ଦେଇଥିଲେ । ପର ତାଙ୍କୁ ଏକ କଲ ଆସିଥିଲା । କୁହାଗଲା ଆପଣ ଲକି ୱିନର ହୋଇଛନ୍ତି । ଏହି ଫୋନ କଲକୁ ପ୍ରଥମେ ବିଶ୍ୱାସକୁ ନେଇ ପାରିନଥିଲେ ଭୀମସେନ । ଭାବିଥିଲେ ଏହା ହେଉଛି ଏକ ଫେକ୍ କଲ । କିନ୍ତୁ ତା ପରଦିନ ପୁଣି ଥରେ ଫୋନ୍ କଲ ଆସିଥିଲା ଏବଂ କୁହାଗଲା ଆପଣ ବାଲେନୋ କାର ଜିତିଛନ୍ତି । ଆପଣ ବାଲେଶ୍ୱର ନେକ୍ସା ଶୋ’ରୁମ ସହିତ ଯୋଗାଯୋଗ କରନ୍ତୁ । ପରେ ତାଙ୍କୁ ସେହି ଶୋ’ରୁମରୁ କଲ ମଧ୍ୟ ଆସିଥିଲା । ଭୀମସେନ ବୃତିରେ ହେଉଛନ୍ତି ଜଣେ ପୁଲିସ କନଷ୍ଟେବଳ । ମୟୁରଭଂଜ ରରୁଆଁ ଥ।।ନାରେ କାର୍ଯ୍ୟରତ ଅଛନ୍ତି । ସମୟ ପାଇଲେ ସେ ମୋବାଇଲରେ ଆଇପିଏଲ ମ୍ୟାଚ୍ ଦେଖନ୍ତି ।