ଅତିକ ହତ୍ୟା ଘଟଣା ପରେ ମୁଖତାର ଅନସାରୀକୁ ଲାଗୁଛି ଡର । ରାଷ୍ଟ୍ରପତିଙ୍କୁ ମାଗିଲେ ସୁରକ୍ଷା, ଯୋଗୀଙ୍କ ରାଡାରରେ ୬୦ ମାଫିଆ

1,509

କନକ ବ୍ୟୁରୋ: ଅସଦର ଏନକାଉଣ୍ଟର ଓ ପରେ ପରେ ଅତିକ୍ ଓ ଅସରଦ ଅହମଦଙ୍କ ହତ୍ୟା ଘଟଣା ପରେ ମୁଖତାର ଅନସାରୀର ଡର ବଢିଯାଇଛି । ମୁଖତାରର ଭାଇ ଅଫଜାଲ ମଧ୍ୟ ହତ୍ୟା ଆଶଙ୍କା କରିଛି । କାରଣ ମୁଖତାରର କ୍ରାଇମ ହିଷ୍ଟ୍ରି ଅତିକ ଅହମଦ ପରି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁଖତାର ବିରୋଧରେ ଲଗାତାର କାର୍ଯ୍ୟାନୁଷ୍ଠାନ କରୁଥିବା ସୂଚନା ରହିଛି । ଆଦିତ୍ୟନାଥଙ୍କ ଟାର୍ଗେଟରେ ଏବେ ୬୦ରୁ ଅଧିକ ମାଫିଆ ଓ ଗ୍ୟାଙ୍ଗଷ୍ଟର ଅଛନ୍ତି, ଯେଉଁଥିରେ ମୁଖତାରର ନାଁ ରହିଛି ।

ପ୍ରୟାଗରାଜରେ ନିକଟରେ ଗ୍ୟାଙ୍ଗଷ୍ଟର ଅତିକ୍ ଅହମଦ ଓ ଅସ୍ରଦ ଅହମଦଙ୍କୁ ଯେପରି ଭାବେ ସର୍ବସମକ୍ଷରେ ପୁଣି ପୁଲିସ ସୁରକ୍ଷା ଭିତରେ ହତ୍ୟା କରାଗଲା ତା ପରେ ୟୁପିର ଅନ୍ୟ ମାଫିଆଙ୍କ ମନରେ ଛନକା ପଶିଛି । ଏପ୍ରିଲ ୨୯ ତାରିଖରେ ଗାଜିପୁର କୋର୍ଟରେ ମୁଖତାରର ଶୁଣାଣି ହେବାର ଅଛି । ତେଣୁ ଜେଲରୁ କୋର୍ଟ ଯିବାକୁ ଡରୁଛି ମୁଖତାର । ତେଣୁ ରାଷ୍ଟ୍ରପତିଙ୍କୁ ନିଜ ସୁରକ୍ଷା ନେଇ ଗୁହାରୀ କରିବା ପରେ ମୁଖତାର ଅନସାରୀର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।