ମହେନ୍ଦ୍ର ନାୟକ କଂଗ୍ରେସରୁ ଗଲେ ଲୋକେ ବହୁତ ଖୁସି, ତାଙ୍କ ଯୋଗୁଁ ଭୋଟ ମାଇନସ ହୋଇଥିଲା : ତାରା ବାହିନୀପତି

308

କନକ ବ୍ୟୁରୋ : କଂଗ୍ରେସର ପୂର୍ବତନ ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ନାୟକ ବିଜେଡିରେ ଯୋଗ ଦେବା ପରେ ମୁହଁ ଖୋଲିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ତାରା କହିଛନ୍ତି, ଧାମନଗର, ବାଲେଶ୍ୱର ପରିସ୍ଥିତି ଅଲଗା ଥିଲା ଏବେ ଝାରସୁଗୁଡା ରେ ପରିସ୍ଥିତି ବଦଳି ଯାଇଛି । ଆମ ପ୍ରାର୍ଥୀ ତରୁଣ ପାଣ୍ଡେ ମାଟିର ପୁଅ, ତାଙ୍କ ନାଁରେ କୌଣସି ଅଭିଯୋଗ ନାହିଁ । ପୂର୍ବତନ ବିଧାୟକ ବିରେନ ପାଣ୍ଡେ ବହୁତ ବିକାଶ କାର୍ଯ୍ୟକ୍ରମ କରିଛନ୍ତି । କଂଗ୍ରସ ଦଳରେ ତାଙ୍କୁ ଦାବି ଦିଆଗଲା । ବାହାର ଲୋକ ସେଠି ପ୍ରାର୍ଥୀ ହେଉଥିଲେ । କିନ୍ତୁ ଏଥର ଝାରସୁଗୁଡାରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ।

କିଏ କଂଗ୍ରେସ ଛାଡି କେଉଁଠି ଦଳକୁ ଗଲେ କିଛି ଫରକ ପଡ଼େନି । କାଲି ମହେନ୍ଦ୍ର ନାୟକ ଶରତ ପଟ୍ଟନାୟକଙ୍କ ସଭାରେ ଥିଲେ ଆଜି ବିଜେଡିରେ ମିଶିଗଲେ । ମହେନ୍ଦ୍ର ମାତ୍ର ୧୮ ହଜାର ଭୋଟ ପାଇଥିଲେ ସେଇଟା ତାଙ୍କର ବ୍ୟକ୍ତିଗତ ଭୋଟ ନୁହେଁ । ବିଜେଡିରେ ମିଶିଲେ ହଇରାଣ ହେବେ । କଂଗ୍ରେସ ଝାରସୁଗୁଡାରେ ଜିତିବା ପାଇଁ ଲଢେଇ କରିବ । ଆଜିର ଦିନରେ କଂଗ୍ରେସ ଦୁଇ ନମ୍ବରରେ ଅଛି । ମହେନ୍ଦ୍ର ନାୟକ କଂଗ୍ରେସରୁ ପଳେଇଲେ ଲୋକେ ବହୁତ ଖୁସି, ତାଙ୍କର ଭୋଟ ନାହିଁ ତାଙ୍କ ଯୋଗୁଁ ଭୋଟ ମାଇନସ ହୋଇଥିଲା । ସେ ଥରୁଟେ କଂଗ୍ରେସ ଟିକେଟ ପାଇଥିଲେ ସେମିତି ପରିଚୟ ତାଙ୍କର ଝାରସୁଗୁଡାରେ ନାହିଁ । ମୁଁ ଭାବୁଥିଲି ଜଲଦି ଗଲେ ଭଲ ହବ । ମହେନ୍ଦ୍ର ନାୟକ ବିଜେଡିକୁ ଯାଇଛନ୍ତି ଏହା କଂଗ୍ରେସ ପାଇଁ ବହୁତ ଭଲ ।