ତାମିଲନାଡୁର ପୂର୍ବତନ ସ୍ପେଶାଲ ଡିଜି ରାଜେଶ ଦାସଙ୍କୁ ଜେଲ, ଜଣେ ମହିଳା ଆଇପିଏସଙ୍କୁ ଯୌନ ନିର୍ଯାତନା ମାମଲାରେ ୩ବର୍ଷ ଜେଲ ଓ ୧୦ହଜାର ଟଙ୍କ ଜରିମାନା କଲେ ଭିଲିପୁରମ କୋର୍ଟ

753

କନକ ବ୍ୟୁରୋ : ଜଣେ ମହିଳା ସହଯୋଗୀ ପୁଲିସ ଅଧିକାରୀଙ୍କୁ ଯୌନ ନିର୍ଯ୍ୟାତନା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ତାମିଲନାଡୁର ପୂର୍ବତନ ସ୍ପେଶାଲ ଡିଜି ରାଜେଶ ଦାସ । ଦୋଷୀ ସାବ୍ୟସ୍ତ ହେବା ପରେ ୩ବର୍ଷର ଜେଲ ଦଣ୍ଡାଦେଶ ଦଣ୍ଡିତ ହୋଇଛନ୍ତି । ଜଣେ ମହିଳା ଆଇପିଏସଙ୍କୁ ଯୌନ ନିର୍ଯାତନା ମାମଲାରେ ରାୟ ଶୁଣାଇଛନ୍ତି ଭିଲିପୁରମ କୋର୍ଟ । ୩ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ହଜାର ଟଙ୍କ ଜରିମାନା କରିଛନ୍ତି କୋର୍ଟ ।

୨୦୨୧ ଫେବ୍ରୁୟାରୀରେ ରାଜେଶ ଦାସଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ହୋଇଥିଲା । ଘଟଣା ପରେ ଚାକିରିରୁ ନିଲମ୍ବିତ ହୋଇଥିଲେ ରାଜେଶ ଦାସ । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ପଲାନୀସ୍ୱାମୀଙ୍କ ସୁରକ୍ଷା ବ୍ୟବସ୍ଥା ଯାଂଚ କରିବା ପାଇଁ ଯାଉଥିବାବେଳେ ରାଜେଶ ଦାସ ତାଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିଲେ ବୋଲି ମହିଳା ଅଧିକାରୀ ଅଭିଯୋଗ କରିଛନ୍ତି । ଅଭିଯୋଗ ଆସିବାପରେ ଆଇପିଏସ ଅଧିକାରଙ୍କୁ ନିଲମ୍ବନ କରିଥିଲେ ରାଜ୍ୟ ସରକାର । ଘଟଣାତର ତଦନ୍ତ ପାଇଁ ୬ଜଣିଆ କମିଟି ଗଠନ କରାଯାଇଥିଲା । । ମାଡ୍ରାସ ହାଇକୋର୍ଟ ମଧ୍ୟ ଘଟଣାକୁ ନେଇ ଚିନ୍ତା ମଧ୍ୟ ପ୍ରକାଶ କରିଥିଲେ ।

ଏହି ମାମଲାରେ ରାଜେଶଙ୍କ ବିରୋଧରେ ୨୦୨୧ ମସିହାରେ ୪ଶହ ପୃଷ୍ଟାର ଚାର୍ଜସିଟ ଦାଖଲ ହୋଇଥିଲା । ତେବେ ମହିଳା ଆଇପିଏସ ଅଧୀକାରଙ୍କ ଆବେଦନ ଉପରେ ଶୁଣାଣୀ କରିଥିଲେ ବିଲଲୁପୁରମ ମାଜିଷ୍ଟ୍ରଟ କେଂର୍ଟ । ୨୦୨୧ ମସିହାରେ ଏହି ଘଟଣା ନିର୍ବାଚନ ପ୍ରସଙ୍ଗ ହୋଇଥିଲା । ତତକାଳୀନ ବିରୋଧୀଦଳ ନେତା ତଥା ବର୍ତମାନ ମୁଖ୍ୟମନ୍ତ୍ରୀ ଏମେକ ଷ୍ଟାଲିନ କହିଥିଲେ ତାଙ୍କ ଦଳ କ୍ଷମତାକୁ ଆସିିଲେ ଏହି ଘଟଣାର ତଦନ୍ତ ହେବ ଓ ଦୋଷୀଙ୍କୁ ଦଣ୍ଡ ଦିଆଯିବ ।