ବଦଳିଲା ଦିିଲ୍ଲୀ ନେହେରୁ ମ୍ୟୁଜିୟମ ଓ ଲାଇବ୍ରେରୀ ନାଁ । ଏଣିକି ପ୍ରାଇମ ମିନିଷ୍ଟର ମ୍ୟୁଜିୟମ ଆଣ୍ଡ ସୋସାଇଟି ନାଁ ଭାବେ ଜଣାଯିବ ନେହେୁରୁ ମେମୋରିଆଲ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ

3,663

କନକ ବ୍ୟୁରୋ : ମ୍ୟୁଜିୟମ ଓ ଲାଇବ୍ରେରୀର ବଦଳିଲା ନାଁ, ବଢିଲା ରାଜନୀତି । ଦିଲ୍ଲୀର ନେହେରୁ ମେମୋରିଆଲର ନାଁ ଏବେ ପରିବର୍ତନ କରାଯାଇଛି । ବର୍ତମାନ ନୂଆ ନାଁ ବଦଳି ପିଏମ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ ରଖାଯାଇଛି ।ନାମ ପରିବର୍ତନକୁ ନେଇ ଆରମ୍ଭ ହୋଇଛି ରାଜନୀତି । କଂଗ୍ରେସ ଏହାକୁ ବିଜେପିର ପ୍ରତିଶୋଧ ଓ ସଂକୀର୍ଣ୍ଣ ରାଜନୀତି ବୋଲି କହିଛି । କଂଗ୍ରେସ କହିଛି ୫୯ବର୍ଷରୁ ଅଧିକ ସମୟ ଧରି ନେହେରୁଙ୍କ ନାଁରେ ନାମିତ ଥିଲା ମ୍ୟୁଜିୟମ । ଏବେ କେନ୍ଦ୍ର ସରକାର ରାଷ୍ଟ୍ର ନିର୍ମାଣକାରୀଙ୍କ ନାମ ଓ ଏତିହ୍ୟକୁ ବିକୃତ କରିବାରେ ଲାଗିପଡିଛନ୍ତି । କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଟୁଇଟ କରି ବିଜେପି ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସୂଚନା ମୁତାବକ ନେହେରୁ ମେମୋରିଆଲ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ ସୋସାଇଟିର ଏକ ସ୍ୱତନ୍ତ୍ର ବୈଠକରେ ମ୍ୟୁଜିୟମର ନାଁକୁ ବଦଳାଇ ପ୍ରାଇମ ମିନିଷ୍ଟର ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ ରଖିବାକୁ ନିଷ୍ପତି ନିଆଯାଇଛି । ଯେବେଠୁ ମୋଦୀ ସରକାର ଶାସନ କ୍ଷମତା ସଳିଛନ୍ତି ସେବେଠୁ ବିଭିନ୍ନ ସ୍ଥାନ, ସହର ପରିବର୍ତନ କରାଯାଇଛି । ଏହା ପୂର୍ବରୁ ମୋଗଲ ଗାର୍ଡେନ ନାମ ବଦଳାଇ ଅମୃତ ଉଦ୍ୟାନ କରାଯାଇଥିଲା । ଯାହକୁ ନେଇ କଂଗଗ୍ରେସ ଓ ବିଜେପି ମଧ୍ୟ ବିବାଦ ଦେଖାଯାଇଥିଲା ।