ମହାନଦୀରେ ଦୀର୍ଘତମ ସେତୁର ଲୋକାର୍ପଣ : ‘T’ ସେତୁର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ; ୧୧୧ କୋଟିରେ ହୋଇଛି ନିର୍ମାଣ, ଉପକୃତ ହେବେ ୫ ଲକ୍ଷ ଲୋକ

566

କନକ ବ୍ୟୁରୋ : ଲାକାର୍ପିତ ହେଲା ମହାନଦୀରେ ଦୀର୍ଘତମ ସେତୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିଛନ୍ତି । ବାଙ୍କୀର ବୈଦେଶ୍ୱର ଓ ବଡ଼ମ୍ବାର ଗୋପିନାଥପୁରକୁ ସଂଯୋଗ କରୁଥିବା ମହାନଦୀ ଉପରେ ନିର୍ମିତ ଦୀର୍ଘତମ ସେତୁକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ପ୍ରଥମେ ସଭା ସ୍ଥଳରେ ପହଂଚିଥିଲେ । ସେଠାରେ ସେତୁର ଲୋକାର୍ପଣ କରିବା ପରେ ସେତୁ ନିକଟକୁ ଯାଇଥିଲେ । ବାଙ୍କୀର ବୈଦେଶ୍ୱରଠାରୁ ବଡ଼ମ୍ବା ଗୋପୀନାଥପୁର ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ୪ ମିଟର ଲମ୍ବର ଏହି ସେତୁ ବୁଲିଥିଲେ ମୁଖ୍ୟମନ୍ତ୍ରୀ । ଏହି ସେତୁର ସ୍ୱତନ୍ତ୍ରତା ରହିଛି ।

– ସେତୁର ଆକାର ଇଂରାଜୀ ଅକ୍ଷର ‘ଟି’ ଭଳି
– ସେତୁର ନାମକରଣ କରାଯାଇନଥିବାରୁ ‘ଟି’ ସେତୁ ବୋଲି କୁହାଯାଉଛି
– ୨୦୧୪ ଫେବ୍ରୁଆରୀ ୨୮ରେ ଭିତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ
– ୩ ଦଶମିକ ୪ କିଲୋମିଟର ଦୈର୍ଘ୍ୟ ସେତୁ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ୧୧୧ କୋଟି
– ସେତୁ ମଝିରୁ ନୃସିଂହାଥ ପୀଠକୁ ଯୋଡ଼ିବାକୁ ଆଉ ଏକ ସଂଯୋଗୀକରଣ ସେତୁ
– ମୁଖ୍ୟ ସ୍ରୋତରେ ଯୋଡି ହେବ ବାଙ୍କୀ, ବଡମ୍ବା ଓ ନରସିଂହପୁର
– ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ବ୍ରହ୍ମପୁର, ଢେଙ୍କାନାଳ ମଧ୍ୟରେ ଦୂରତା କମିବ
– ‘ଟି’ ସେତୁ ଦ୍ୱାରା ଉପକୃତ ହେବେ ୫ ଲକ୍ଷ ଲୋକ