ଶୀତଦିନେ କଷ୍ଟ ଦେଉଛି ସୋରିଆସିସ । ଜାଣନ୍ତୁ ଏହାର ଘରୋଇ ଉପଚାର

340

କନକ ବ୍ୟୁରୋ: ସୋରିଆସିସ୍ ଚର୍ମ ଜନିତ ସମସ୍ୟା । ସମୟ ଥାଉଁଣୁ ଏହାର ଉପଚାର ନକଲେ ଏହା ଗମ୍ଭୀର ସମସ୍ୟାର କାରଣ ହୋଇପାରେ । ଏହାର ଏଲୋପାଥୀ ଚିକିତ୍ସା କରାଉଥିଲେ ବି କିଛି ଘରୋଇ ଉପାୟରେ ମଧ୍ୟ ଏହି ସମସ୍ୟାରୁ ଅନେକାଂଶରେ ଉପଶମ ମିଳିପାରିବ । ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର ବିଷୟରେ ।

ଆପଲ ସିଡାର: ଆପଲ ସିଡାରରେ ରହିଛି ଆଣ୍ଟି ବ୍ୟାକ୍ଟେରିଆଲ ତତ୍ତ୍ୱ, ଯାହା ସୋରିଆସିସ ଯୋଗୁଁ ହେଉଥିବା କୁଣ୍ଡାଇ ହେବା, ଚର୍ମରେ ଜ୍ୱଳନ ପରି ସମସ୍ୟାକୁ ଅନେକାଂଶରେ ଦୂରେଇ ପାରେ । ଏଥିପାଇଁ ଅଧକପ୍ ପାଣିରେ ୨ ଚାମଚ ଆପଲ ସିଡାର ମିଶାନ୍ତୁ । ଏହାକୁ ସଂକ୍ରମିତ ସ୍ଥାନରେ ଲଗାଇ ମସାଜ ଦେବା ପରି କରନ୍ତୁ । ୧୦ରୁ ୧୫ ମିନିଟ ପରେ ଏହାକୁ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ଏପରି ସପ୍ତାକୁ ୨ରୁ ୩ ଥର କରନ୍ତୁ ।

ଘି କୁଆଁରି ରସ: ଆଲୋଭେରା ଜେଲରେ ଆପଣଙ୍କ ଚର୍ମକୁ ସୁସ୍ଥ କରିବାରେ ସାହାଯ୍ୟ କରିବା ପାଇଁ ଆଣ୍ଟିସେପ୍ଟିକ୍ ଗୁଣ ଅଛି । ଏଥିପାଇଁ ଘିକୁଆଁରୀ ଜେଲରେ ଟିକିଏ ଲାଭେଣ୍ଡର ତେଲ ମିଶାନ୍ତୁ ଏବଂ ପ୍ରଭାବିତ ଅଞ୍ଚଳରେ ଏହାକୁ ପ୍ରୟୋଗ କରନ୍ତୁ । ଏହା ଆପଣଙ୍କୁ ରୁକ୍ଷ ଚର୍ମ ଏବଂ ଜ୍ୱଳନରୁ ମୁକ୍ତି ଦେବ  ।

ନଡ଼ିଆ ତେଲ: ନଡ଼ିଆ ତେଲରେ ଔଷଧୀୟ ଗୁଣଅଛି । ଏହା ଚର୍ମରୁ ଦାଗ ବାହାର କରିବା ସହିତ ରୁକ୍ଷତା ଦୂର କରିବାରେ ସାହାଯ୍ୟ କରେ । ଏଥିପାଇଁ ରାତିରେ ଶୋଇବା ପୂର୍ବରୁ ନଡ଼ିଆ ତେଲକୁ ହାଲୁକା ଭାବେ ଚର୍ମକୁ ଧୀରେ ଧୀରେ ମାଲିସ୍ କରନ୍ତୁ ।

ଗୋଲାପ ଜଳ ଓ ହଳଦୀ: ଗୋଲାପ ଜଳ ଓ ହଳଦୀକୁ ମିଶାଇ ଏକ ପ୍ୟାକ୍ ପ୍ରସ୍ତୁତ କରନ୍ତୁ  । ଏହାକୁ ପ୍ରତି ଦିନ ସୋରିଆସିସ୍ ସ୍ଥାନରେ ପ୍ରଲେପ ଦିଅନ୍ତୁ । ଏହାକୁ କ୍ରମାଗତ ବ୍ୟବହାର କରିବା ଦ୍ୱାରା ସୋରିଆସିସ୍ ଯୋଗୁଁ ଚର୍ମର ଶୁଷ୍କତା ଦୂର ହୋଇ ଆରାମ ମିଳିଥାଏ ।  ।