ରହସ୍ୟମୟ ନିଆଁ ପରେ ରହସ୍ୟମୟ ମୃତ୍ୟୁ! ପୁରୀ ଆରୋଳ ଗାଁରେ ଅଭାବନୀୟ ଘଟଣା । ପୋଡିଗଲା ୮ ବଖରା, ବୁଡିଗଲେ ଯୁବକ

39

କନକ ବ୍ୟୁରୋ : ରହସ୍ୟମୟ ନିଆଁ ପରେ ରହସ୍ୟମୟ ମୃତ୍ୟୁ । ପୁରୀ ଜିଲ୍ଲା ଆରୋଳ ଗାଁରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଅଚାନକ୍ ଘରେ ନିଆଁ ଲାଗିବାରୁ ପୋଡ଼ି ଗଲା ୮ ବଖରା ଘର । ଏବଂ ନିଆଁ ଲିଭାଉଥିବା ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହେଲା ପୋଖରୀ ଭିତରୁ । ପୁରା ଘଟଣାରେ ଡ୍ୟାନ୍ସ ଗ୍ରୁପରେ କାମ କରୁଥିବା ଜଣେ ଝିଅ ଏବଂ ଡ୍ୟାନ୍ସ ଗ୍ରୁପ ଲିଡରଙ୍କ ଭିତରେ ଥିବା ବିବାଦ ଏବେ ସନ୍ଦେହ ଘେରରେ ।

ଚାହୁଁ ଚାହୁଁ ଜଳି ପୋଡ଼ି ଛାରଖାର୍ ହୋଇଗଲା, ୮ ବଖରା ଘର । ଆଜି ପିଛୁଳାକେ ପାଉଁଶ ହୋଇଗଲା ଜୀବନ ଯାକର ପରିଶ୍ରମ । ଆଉ ନିଆଁ ଲିଭାଇବାକୁ ଯାଇ, ପେଖାରୀରେ ବୁଡି ସବୁ ଦିନ ପାଇଁ ଆଖି ବୁଜି ଦେଲେ ପଡ଼ୋଶୀ ଘରର ଭେଣ୍ଡିଆ ପୁଅ । ପୁରୀ ଜିଲ୍ଲା ଆରୋଳ ଗାଁର ଏହି ଅଭାନୀୟ ଘଟଣା ପଛରେ ରହିଛି ଡ୍ୟାନ୍ସ ଗ୍ରୁପ୍ରେ କାମ କରୁଥିବା ମୈଥିଳି ଜେନା ଏବଂ ଡ୍ୟାନ୍ସଗ୍ରୁପର ଲିଡର୍ ପ୍ରଫୁଲ୍ଲ ପ୍ରଧାନଙ୍କ ମଧ୍ୟରେ ଥିବା ବିବାଦ । ଡ୍ୟାନ୍ସ ପାର୍ଟିରେ ପାଉଣାକୁ ନେଇ ବିବାଦ ହେବାରୁ ପାର୍ଟି ଛାଡ଼ି ଚାଲି ଆସିଥିଲେ, ମୈଥିଲି । ଏହାକୁ ନେଇ ଧମକ୍ ଚମକ୍ ଦେଉ ଆସୁଥିଲେ ଟିମ୍ ଲିଡର । ଆଉ ଏହି ବାବାଦ ଏତେ ତୀବ୍ର ହେଲା ଯେ, ପ୍ରଫୁଲ୍ଲ ମୈଥିଲିଙ୍କ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ କରିଛନ୍ତିି ମୈଥିଳିଙ୍କ ପରିବାର ଲୋକ ।

ଆଉ ଏହି ବିବାଦ ଭିତରେ କିନ୍ତୁ ଆଖି ବୁଜି ଦେଇଛନ୍ତି ପଡ଼ୋଶୀ ଘରର ନବ କିଶୋର ପ୍ରଧାନ । ଅଚାନକ୍ ଘରେ ନିଆଁ ଲାଗିଯିବାରୁ ପୋଖରୀରୁ ପାଣି ଆଣି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ହେଲେ ଏହି ବ୍ୟସ୍ତତା ଭିତରେ କେତେବେଳେ ପାଣିରେ ବୁଡ଼ି ଗଲେ ନବ କିଶୋର ସେକଥା କେହି ଜାଣିବି ପାରିନଥିଲେ । ଏପଟେ ଡ୍ୟାନ୍ସ ଗ୍ରୁପର ଲିଡରକୁ ଖୋଜୁଛି ପୁଲିସ ।ଅଗ୍ନିକାଣ୍ଡର ଠିକ୍ ପୂର୍ବରୁ ବାରମ୍ବାର ଧମକ୍ ଦେଇ ଆସୁଥିଲା ଡ୍ୟାନ୍ସ ଗ୍ରୁପର ଲିଡର୍ । ଯେଉଁଥି ପାଇଁ ଏବେ ତା ଉପରେ ଘନିଭୂତ ହେଉଛି ସନ୍ଦେହ ।