ଆସାମ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନକୁ ନେଇ ରାଜନୀତି । ସୁପ୍ରିୟା ସୁଲେ କହିଲେ, କଂଗ୍ରେସରୁ ବିଜେପିକୁ ଯିବା ପରେ ବଦଳିଯାଇଛି ମାନସିକତା

952

କନକ ବ୍ୟୁରୋ : ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ଦେଶରେ ନେତାମାନଙ୍କ ଭିନ୍ନ ଭିନ୍ନ ମତ ସାମ୍ନାକୁ ଆସୁଛି । କଂଗ୍ରେସ ପାଲେଷ୍ଟାଇନ୍କୁ ସମର୍ଥନ କରୁଥିବାବେଳେ ଏନ୍ସିପି ମୁଖ୍ୟ ଶରଦ ପୱାର ଇସ୍ରାଏଲ ସମର୍ଥନରେ ବାହାରିଛନ୍ତି । ଆଉ ପୱାରଙ୍କ ଏଭଳି ମନ୍ତବ୍ୟକୁ ନେଇ ଆସାମ୍ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଦେଇଛନ୍ତି ଏକ ବିବାଦୀୟ ବୟାନ । ଆସାମ୍ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି – ମତେ ଲାଗୁଛି ଶରଦ ପୱାର ନିଜ ଝିଅ ସୁପ୍ରିଆ ସୁଲେଙ୍କୁ ହମାସ ସହ ଲଢିବା ପାଇଁ ଗାଜା ପଠାଇବେ । ହିମନ୍ତଙ୍କ ଏଭଳି ବୟାନକୁ ନେଇ ରାଜନୈତିକ ବୟାନବାଜି ବଢିବାରେ ଲାଗିଛି  । ହିମନ୍ତ ବିଶ୍ୱ ଶର୍ମାଙ୍କୁ ଉତର ଦେଇ ସୁପ୍ରିୟା ସୁଲେ କହିଛନ୍ତି, ହିମନ୍ତ ଆଉ ମୋର ମୂଳ କଂଗ୍ରେସ । ବୋଧହୁଏ ବିଜେପିରେ ଯିବା ପରେ ତାଙ୍କ ଚିନ୍ତାଧାରା ବଦଳି ଯାଇଛି । ଏନ୍ସିପି ସମେତ ବିରୋଧୀ ମେଂଟର ଏକାଧିକ ଦଳ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଏଭଳି ବିବାଦୀୟ ବୟାନ ଦେବା ନେଇ ନିନ୍ଦା କରିଛନ୍ତି ।