ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଶୁଣାଣି : ହିନ୍ଦୁ ବିବାହ ଆଇନ ଅନୁଯାୟୀ ଧର୍ମ ଧର୍ମ ଭିତରେ ବିବାହ ଅବୈଧ

7,136

କନକ ବ୍ୟୁରୋ : ବିବାହକୁ ନେଇ ସୁପ୍ରି୍ରମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ହିନ୍ଦୁ ବିବାହ ଆଇନ ଅନୁଯାୟୀ ଧର୍ମ-ଧର୍ମ ଭିତରେ ବିବାହ ଅବୈଧ ବୋଲି କହିଛନ୍ତିି ସୁପ୍ରିମକୋର୍ଟ । ଆଇନ ଅନୁସାରେ କେବଳ ହିନ୍ଦୁ ମାନେ ହିନ୍ଦୁଙ୍କୁ ବିବାହ କରିପାରିବେ । ଜଷ୍ଟିସ୍ କେଏମ୍ ଜୋସେଫ ଓ ବିଭି ନାଗରତ୍ନାଙ୍କ ଖଣ୍ଡପୀଠ ତେଲେଙ୍ଗାନା ହାଇକୋର୍ଟଙ୍କ ଅଗଷ୍ଟ ୨୦୧୭ର ଏକ ରାୟକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ଆବେଦନର ଶୁଣାଣି କରି ଏହା କହିଛନ୍ତି ।

୨୦୧୩ରେ ଅଭିଯୋଗକାରିଣୀ ହାଇଦ୍ରାବାଦରେ ଏକ ମାମଲା ରୁଜୁ କରିଥିଲେ । ଦାବି କରିଥିଲେ ଆବେଦନକାରୀଙ୍କ ସହ ୨୦୦୮ରେ ହିନ୍ଦୁ ରୀତିନୀତି ଅନୁସାରେ ତାଙ୍କର ବାହାଘର ହୋଇଥିଲା । କିନ୍ତୁ ଆବେଦନକାରୀ ଜଣେ ଖ୍ରୀଷ୍ଟିଆନ ହୋଇଥିବା ବେଳେ ଅଭିଯୋଗକାରିଣୀ ଜଣେ ହିନ୍ଦୁ । ହେଲେ ଆବେଦନକାରୀ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ତାଙ୍କ ସହ ଅଭିଯୋଗକାରିଣୀଙ୍କ ବିବାହ ହୋଇନାହିଁ ଏବଂ ଅଭିଯୋଗକାରିଣୀଙ୍କ ପାଖରେ କୌଣସି ପ୍ରମାଣ ନାହିଁ ବୋଲି ସେ କହିଛନ୍ତି ।

ଯଦିଓ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ପରବର୍ତି ଶୁଣାଣି ଆସନ୍ତା ମାସରେ କରିବାକୁ ଧାର୍ଯ୍ୟ କରିଛନ୍ତି । ହେଲେ ଶୁଣାଣି ବେଳେ କହିଛନ୍ତି, ହିନ୍ଦୁମାନେ କେବଳ ହିନ୍ଦୁଙ୍କୁ ବିବାହ କରିପାରିବେ । ପୂର୍ବରୁ ଭାରତୀୟ ପିଙ୍ଗଳ କୋଡର ୪୯୪ ଧାରା ଅନୁଯାୟୀ ପିଟିସନରଙ୍କ ବିରୋଧରେ ଚାଲିଥିବା ମାମଲାକୁ ରଦ୍ଦ କରିଦେବା ପାଇଁ ତେଲେଙ୍ଗାନା ହାଇକୋର୍ଟ ମନା କରିଦେଇଥିଲେ ।