ବାଂଲାଦେଶ ସୀମାରେ ନିଖୋଜ ମତ୍ସ୍ୟଜୀବୀ ! ଉଦ୍ଧାର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିବ କହିଲା, ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ

159

କନକ ବ୍ୟୁରୋ : ପାରାଦୀପ ସମୁଦ୍ରରେ ୧୩ ମତ୍ସ୍ୟଜୀବୀ ନିଖୋଜ । ୨ଟି ଟ୍ରଲର ସହ ୧୩ ମତ୍ସ୍ୟଜୀବୀ ନିଖୋଜ ହୋଇଛନ୍ତି । ଟ୍ରଲର ଦେବୀ ଲକ୍ଷ୍ମୀ ଓ କିନ୍ନରାର ପତ୍ତା ମିଳୁନି । ପ୍ରେସମିଟରେ ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ସଂଘ ଏ ନେଇ ସୂଚନା ଦେଇଛି । ସବୁଠାରୁ ବଡ କଥା ହେଉଛି ଏହାରି ଭିତରେ ୫ଦିନ ବିତି ଯାଇଥିଲେ ବି ସେମାନଙ୍କୁ କୌଣସି ପତ୍ତା ମିଳିପାରି ନାହିଁ । କିନ୍ତୁ ଏବେ ସେମାନେ ବାଂଲାଦେଶ ଜଳସୀମାରେ ଫସିଥିବା ଆଶଙ୍କା କରାଯାଉଛି ।

ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ତେବେ ଓଏନଜିସିର ସର୍ଭେ କାମରେ ମତ୍ସ୍ୟଜଜୀବୀମାନେ ନିୟୋଜିତ ଥିଲେ । ପାରାଦୀପ ବନ୍ଦରରୁ ୧୬୮ କିଲୋମିଟର ଦୂରରେ ସର୍ଭେ ହେଉଥିଲା । ଓଏନଜିସି ଟ୍ରଲରକୁ ବଡାରେ ନେଇଥିଲା । ମତ୍ସ୍ୟଜୀବୀ ନିଖୋଜ ନେଇ ସଂଘ ଅବଗତ ନଥିଲା । ନିଖୋଜଙ୍କ ମଧ୍ୟରେ କେନ୍ଦ୍ରାପଡା, ପୁରୀ ଓ ଜଗତସିଂହପୁରର ମତ୍ସ୍ୟଜୀବୀ ଅଛନ୍ତି ।