ସମଲିଙ୍ଗୀ ସମ୍ପର୍କକୁ ନେଇ କାଲି ସୁପ୍ରିମକୋର୍ଟରେ ଶୁଣାଣି: ମାମଲା ରଦ୍ଦ ପାଇଁ ଖଣ୍ଡପୀଠକୁ ସୁପାରିଶ କେନ୍ଦ୍ର ସରକାର

85

କନକ ବ୍ୟୁରୋ: ସମଲିଙ୍ଗୀ ସମ୍ପର୍କକୁ ନେଇ କାଲି ଶୁଣାଣି ହେବ । ସମଲିଙ୍ଗୀ ବିବାହ ଆଇନଗତ ସ୍ୱୀକୃତି ମିଳିବ କି ନାହିଁ ତାହା ଉପରେ ଶୁଣାଣି ହେବ । କିନ୍ତୁ ଏହା ପୂର୍ବରୁ ଏହାକୁ ବିରୋଧ କରିଛନ୍ତି କେନ୍ଦ୍ର ସରକାର । ଏହି ମାମଲା ରଦ୍ଦ କରିବାକୁ ସର୍ବୋଚ୍ଚ କୋର୍ଟଙ୍କୁ କହିଛନ୍ତି ମୋଦୀ ସରକାର । ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫ ଜଣିଆ ବେଂଚ ମାମଲାର ଶୁଣାଣି କରିବେ । ସହରର ସମଲିଙ୍ଗୀ ସମ୍ପର୍କକୁ ବେଧ କରିବାକୁ ନେଇ ଆବେଦନ ହୋଇଥିବା ୧୫ ଟି ମାମଲା ହୋଇଛି । ଏସବୁ ମାମଲାକୁ ରଦ୍ଦ କରିବା ସହ ଏହା ଉପରେ ସଂସଦରେ ଏହା ଉପରେ ଆଲୋଚନା କରିବାକୁ କହିଛନ୍ତିି କେନ୍ଦ୍ର ସରକାର । ଭାରତୀୟ ପରିବାର ଅନୁସାରେ ଏକ ପରିବାରରେ ସ୍ୱାମୀ, ସ୍ତ୍ରୀ, ପିଲା ରୁହନ୍ତି । କିନ୍ତୁ ସମଲଙ୍ଗୀ ସମ୍ପର୍କ ଭାରତୀୟ ପରିବାରଠୁ ସମ୍ପୁର୍ଣ୍ଣ ଅଲଗା ।

ସମଲିଙ୍ଗୀ ବିବାହକୁ ମିଳିବ ସ୍ୱୀକୃତି?
ଦିଲ୍ଲୀ ହାଇକୋର୍ଟ ସମେତ ବିଭିନ୍ନ ଅଦାଲତରେ ହୋଇଛି ମାମଲା
ସମଲିଙ୍ଗୀ ସମ୍ପର୍କକୁ ସ୍ୱୀକୃତି ନେଇ ବିଭିନ୍ନ କୋର୍ଟରେ ୧୫ ଟି ଆଦେବନ ହୋଇଛି
ସବୁ ମାମଲାକୁ ସୁପ୍ରିମକୋର୍ଟ ସ୍ଥାନାନ୍ତର କରାଯାଇଛି
ଏପ୍ରିଲ ୧୮ ତାରିଖରେ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ
ଶୁଣାଣି କରିବେ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ
ସବୁ ସାବାଳକ ନିଜ ଇଛା ଅନୁସାରେ ବିବାହ କରିପାରିବେ କହିଛନ୍ତି କୋର୍ଟ
କିନ୍ତୁ ସମଲୀଙ୍ଗୀ ସାବାଳକ ହୋଇଥିଲେ ବି ସେମାନଙ୍କ ସମ୍ପର୍କ ବୈଧ ନୁହେଁ
ସେହିପରି ବିବାହିତ ଦମ୍ପତ୍ତି ହିଁ କେବଳ ପୋଷ୍ୟ ସନ୍ତାନ ରଖିପାରିବେ
ସମଲିଙ୍ଗୀ ଦମ୍ପତି ପୋଷ୍ୟ ସନ୍ତାନ ବି ଗ୍ରହଣ କରିପାରିବେ ନାହିଁ
୨୦୧୨ରେ ହାଇଦ୍ରାବାଦର ସମଲିଙ୍ଗୀ ଦମ୍ପତ୍ତି ସୁପ୍ରିୟୋ, ଅଭୟ ବିବାହ କରିବାକୁ ନିଷ୍ପତି ନେଇଥିଲେ
ଉଭୟ ଉଭୟଙ୍କୁ ନିଜ ପରିବାର ଦର୍ଶାଇବା ସହ ବିବାହ କରିଥିଲେ
ସେମାନେ ବିବାହ କରିଥିଲେ ବି ଦମ୍ପତ୍ତିଙ୍କ ଭଳି ଅଧିକାର ପାଇନଥିଲେ
ସମଲିଙ୍ଗୀ ବିବାହକୁ ସ୍ୱୀକୃତି ନେଇ ସେମାନେ କୋର୍ଟରେ ଆବେଦନ କରିଥିଲେ
ଏଭଳି ଅନେକ ସମଲିଙ୍ଗୀ ଦମ୍ପତ୍ତି କୋର୍ଟରେ ଆବେଦନ କରିଛନ୍ତି
ହେଲେ ଶୁଣାଣି ପୂର୍ବରୁ କେନ୍ଦ୍ର ସରକାର ଏହାକୁ ବିରୋଧ କରିଛନ୍ତି
ସମଲିଙ୍ଗୀ ବିବାହ ସହରରେ ରହୁଥିବା ଉଚ୍ଚଶ୍ରେଣୀଙ୍କ ଚିନ୍ତାଧାରା
ଏହା ଉପରେ ସଂସଦରେ ଆଲୋଚନା କରିବାକୁ କହିଛନ୍ତି କେନ୍ଦ୍ର ସରକାର