ରେକର୍ଡ କଲା ସନ୍ନି ଲିଓନଙ୍କ ଲୈଲା ଗୀତ

35

ଶାହାରୁଖ୍ ଖାନଙ୍କ ଆଗାମୀ ଚଳଚ୍ଚିତ୍ର “ରଇସ’ର ଲୈଲା ମୈ ଲୈଲା ….. ଗୀତ ଏବେ ଚର୍ଚ୍ଚାର ପରିସରକୁ ଆସିଛି । ଶାହାରୁଖ ଏବଂ ସନ୍ନିଙ୍କ ଅଭିନୀତ ଏହି ଗୀତ ଏବେ ସୋସିଆଲ ମିଡିଆରେ ରେକର୍ଡ ସୃଷ୍ଟି କରିଛି । ଏହି ଗୀତର ପ୍ରଶଂସକ ସୋସିଆଲ ମିଡିଆରେ ପ୍ରାୟତଃ ୫ କୋଟିରୁ ଅଧିକ ହୋଇ ସାରିଲେଣି ।

ୟୁଟ୍ୟୁବରେ ୫ କୋଟିରୁ ଅଧିକ ଲୋକ ଏହାକୁ ଦେଖିସାରିଛନ୍ତି । ସନ୍ନିଙ୍କ ହଟ୍ ଏବଂ ବୋଲ୍ଡ ଅନ୍ଦାଜ ଏଥିରେ ଦେଖିବାକୁ ମିଳିଛି । ଗୀତ ରିଲିଜର ୨୩ ଘଂଟା ମଧ୍ୟରେ ଏହା ୮୭ ଲକ୍ଷ ହିଟ୍ ହାସଲ କରିଛି ବୋଲି “ରଇସ’ଚଳଚ୍ଚିତ୍ରର ଟୁଇଟର ହ୍ୟାଣ୍ଡଲର ପକ୍ଷରୁ ସୂଚନା ଦିଆଯାଇଛି ।