ଓଡିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ପଦ ଛାଡିଲେ ସୁବ୍ରତ ବାଗଚି । ଅଳକା ମିଶ୍ରଙ୍କୁ ମିଳିଲା ନୂଆ ଦାୟିତ୍ୱ

2,467

କନକ ବ୍ୟୁରୋ : ଓଡିଶା ଦକ୍ଷତା ବିକାଶ ପରିଷଦର  ଅଧ୍ୟକ୍ଷ ପଦ ଛାଡିଛନ୍ତି ସୁବ୍ରତ ବାଗଚି । ଏନେଇ ସେ ନିଜେ ଟ୍ୱିଟରରେ ସୂଚନା ଦେଇଛନ୍ତି । ସେ ଅଧ୍ୟକ୍ଷ ପଦ ଛାଡିବା ପରେ ତାଙ୍କ ସ୍ଥାନରେ ଅଳକା ମିଶ୍ରଙ୍କୁ ଦାୟିତ୍ୱ ମିଳିଛି । ସୁବ୍ରତ ବାଗଚି ଦୀର୍ଘ ୭ ବର୍ଷ ଧରି ଓଡିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ । ବ୍ୟକ୍ତିଗତ କାରଣ ପାଇଁ ସେ ପଦ ଛାଡିଥିବା କଥା ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି ।