ବିଜେଡିରେ ବଢ଼ୁଛି ଅସନ୍ତୋଷ ! ସୁବର୍ଣ୍ଣପୁରର ବୀରମହାରାଜପୁର ବିଧାୟକଙ୍କୁ ମନ୍ତ୍ରୀ ପଦ ନମିଳିବାରୁ ସମର୍ଥକଙ୍କ ବିକ୍ଷୋଭ

35

କନକ ବ୍ୟୁରୋ : ବିଜେଡିରେ ବଢ଼ୁଛି ଅସନ୍ତୋଷ । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ ବିଜେଡ଼ିର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଉପକୂଳ ଓଡିଶାରୁ ପଶ୍ଚିମ ଓଡିଶା ସବୁଠି ଦେଖିବାକୁ ମିଳିଛି ଏହି ଅସନ୍ତୋଷ । ପ୍ରଥମେ ସୁନ୍ଦରଗଡ, ସମ୍ବଲପୁର, କଳାହାଣ୍ଡି ଓ ଯାଜପୁର ପରେ ଆଜି ସୁବର୍ଣ୍ଣପୁରରେ ଦେଖିବାକୁ ଅସନ୍ତୋଷର ପ୍ରଭାବ ।

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରାଙ୍କୁ ମନ୍ତ୍ରୀ ପଦ ନମିଳିବାରୁ ଆଜି ତାଙ୍କ ସମର୍ଥକମାନେ ବିକ୍ଷୋଭ କରିଛନ୍ତି । ହାତରେ ପଦ୍ମନାଭଙ୍କ ଫଟୋଥିବା ପ୍ଲାକାର୍ଡ ଧରି ବିକ୍ଷୋଭ କରି ଅସନ୍ତୋଷ ଜାହିର କରିଛନ୍ତି ବିଜେଡି କର୍ମୀ । ।ଶତାଧିକ ବିଜେଡି କର୍ମୀ ଏକଜୁଟ୍ ହୋଇ ତାଙ୍କର ପ୍ରତିବାଦ ଜଣାଇଛନ୍ତି ।