ଓଡ଼ିଆ ସ୍କୁଲ ପିଲା ଗଣିତ, ଇଂରାଜୀ ଓ ସାଧାରଣ ଜ୍ଞାନରେ ଦୁର୍ବଳ ! ବିଭିନ୍ନ ସଂସ୍ଥାର ସର୍ବେକ୍ଷଣରୁ ଆସିଲା ଉଦବେଗଜନକ ତଥ୍ୟ

3,166

କନକ ବ୍ୟୁରୋ : ଓଡିଶାରେ ଓଡିଆ ମିଡିଅମ ବା ସରକାରୀ ସ୍କୁଲରେ ପଢୁଥିବା ପିଲା ଗଣିତ, ଇଂରାଜୀ ଓ ଜିକେରେ ଭାରି ଦୁର୍ବଳ । ଏ କଥା ଅନେକ ଶିକ୍ଷାବିତ୍ ଓ ଅଭିଭାବକଙ୍କୁ ଭୟଭିତ କରିପାରେ । କାରଣ ଅଷ୍ଟମ, ନବମ, ଦଶମ ଛାତ୍ରଛାତ୍ରୀ ଏହି ତିନୋଟି ବିଷୟରେ ଦୁର୍ବଳ ।

ଏହା ତାଙ୍କୁ ଭବିଷ୍ୟତରେ ଭାରି ପଡିପାରେ । ଜାତୀୟ ସ୍ତର ହେଉ ବା ରାଜ୍ୟ ସ୍ତର ସବୁ ସ୍ଥାନରେ ଗଣିତ, ଇଂରାଜୀ ଓ ଜିକେର ଆବଶ୍ୟକତା ରହିଛି । ସରକାରୀ ଚାକିରି ପାଇଁ ହେଉଥିବା ପରୀକ୍ଷା ଗୁୁଡିକରେ ଏହି ସମସ୍ତ ବିଷୟର ଯଥେଷ୍ଟ ଆବଶ୍ୟକତା ରହିଛି । ତେବେ ଏହି ଖବର ଓଡିଶା ସରକାରଙ୍କ ପାଇଁ ବଡ ଚ୍ୟାଲେଂଜ ସୃଷ୍ଟି କରିପାରେ ।

ଓଡି଼ଆ ସ୍କୁଲ ପିଲା
ଗଣିତ, ଇଂରାଜୀରେ ଦୁର୍ବଳ !

– ଗଣିତ, ଇଂରାଜୀ ଓ ସାଧାରଣ ଜ୍ଞାନରେ ଦୁର୍ବଳ ଓଡି଼ଆ ସ୍କୁଲ ପିଲା
– ସରକାରୀ ସ୍କୁଲରେ ହୋଇଥିବା ବିଭିନ୍ନ ସର୍ବେକ୍ଷଣରୁ ଏହା ଜଣାପଡିଛି
– ହାଇସ୍କୁଲ ଗୁଡିକରେ ଛାତ୍ରଛାତ୍ରୀ ଗଣିତ, ବିଜ୍ଞାନ, ଇଂରାଜୀରେ ଦୁର୍ବଳ
– ସ୍କୁଲର ୟୁନିଟ୍ ଟେଷ୍ଟରେ ପିଲା ଏହି ୩ଟି ବିଷୟରେ ଖରାପ ନମ୍ବର ରଖୁଛନ୍ତି
– ବିଭିନ୍ନ ବେସରକାରୀ ସଂସ୍ଥାର ସର୍ବେକ୍ଷଣ ମଧ୍ୟ ସମାନ ତଥ୍ୟ ଦେଉଛି
– ପିଲାମାନେ ଗଣିତରେ ସବୁଠାରୁ ଅଧିକ ଦୁର୍ବଳ
– ତାପଛକୁ ବା ଦ୍ୱିତୀୟରେ ପିଲାମାନେ ଇଂରାଜୀରେ କମ ନମ୍ବର ରଖୁଛନ୍ତି
– ତୃତୀୟରେ ପିଲାମାନେ ଜିକେ ବା ସାଧାରଣଜ୍ଞାନରେ କମ ନମ୍ବର ରଖୁଛନ୍ତି
– ଏହି ତିନୋଟି ବିଷୟ ବିଭିନ୍ନ ପ୍ରବେଶିକା ପରୀକ୍ଷା ପାଇଁ ଜରୁରୀ
– ଜାତୀୟ ସ୍ତରର ପ୍ରତିଯୋଗିତା ପାଇଁ ଏହି ତିନୋଟି ବିଷୟ ଆବଶ୍ୟକତା ଅଧିକ
– ଏଥିପାଇଁ ସ୍ୱତନ୍ତ୍ର କରିକୁଲମ୍ ଆଣିବ ଗଣଶିକ୍ଷା ବିଭାଗ
– ଏହି ତିନୋଟି ବିଷୟରେ ପିଲାଙ୍କ ସୃଜନଶିଳତା ବୃଦ୍ଧି ପାଇଁ ଚେଷ୍ଟା କରାଯିବ
– ଏହାର ଦାୟିତ୍ୱ ନେବେ ସବୁ ସ୍କୁଲର ପ୍ରଧାନଶିକ୍ଷକ
– କିନ୍ତୁ କାହିିଁକି ପିଲାମାନେ ଏଥିରେ ଦୁର୍ବଳ ତାହା ଜାଣିବା ଗୁରୁତ୍ୱପୂର୍ଣ୍ଣ