ବନ୍ଧା ହେଲେ ୨ ଲେଡି ବାଉନସର : ୧୦ କୋଟିର ଜମି ପାଇଁ କୋଟିଏ ଟଙ୍କାର ବଟି ଘଟଣାରେ ବାନ୍ଧିଲା ପୁଲିସ

6,488

କନକ ବ୍ୟୁରୋ : ୧୦ କୋଟିର ଜମି ପାଇଁ କୋଟିଏ ଟଙ୍କାର ବଟି ଘଟଣାରେ ଭଙ୍ଗାରୁଜା କରିଥିବା ୨ଜଣ ଲେଡି ଡନଙ୍କୁ ବାନ୍ଧିଲା ପୋଲିସ । ଲକ୍ଷ୍ମୀସାଗର ଅଞ୍ଚଳରେ ଦୁଇ ଲେଡି ଡନଙ୍କ ଘର ବୋଲି ଜଣାପଡ଼ିଛି । ଗତକାଲି ୭ଜଣ ଜମି ପୋଜେସନ ମାଫିଆଙ୍କୁ ବାନ୍ଧିଥିଲା ନୟାପଲ୍ଲୀ ପୋଲିସ । ପ୍ରେସିଡେନ୍ସି ପଛରେ ଏକ ବିବାଦୀୟ ଜମିକୁ ପୋଜେସନ ନେଉଥିବା ଏମାନଙ୍କ ନାଁରେ ଅଭିଯୋଗ ହୋଇଛି ।

ଲକ୍ଷାଧିକ ଟଙ୍କାର ଅସବାବପତ୍ର ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ୨୫ ତାରିଖରେ ଏନେଇ ନୟାପଲ୍ଲୀ ଥାନାରେ ଏତଲା ହୋଇଥିଲା । ନକୁଳ ମହାକୁଡ଼, ଆଶିଷ ଜେନା, ଦୀପକ ଦାସ, ଲକ୍ଷ୍ମୀକାନ୍ତ ଦାସ, ରାଜେଶ କୁମାର ପାତ୍ର, ପ୍ରଦୀପ ବଳିଆରସିଂ ଓ ଆଶିଷ ରାୟ ଗିରଫ ହୋଇଥିଲେ । ନକୁଳ ମହାକୁଡ଼ ନାଁରେ ପୂର୍ବରୁ ଏନଏସଏ ଲାଗିଥିଲା । ମାଷ୍ଟରମାଇଣ୍ଡ ଝାରପଡ଼ାର ରାଘବ ଜେନା ଏବେ ବି ଫେରାର ଅଛନ୍ତି । ମହିଳାଙ୍କୁ ଢ଼ାଲ କରି ଜମି ପୋଜେସନ ଗ୍ୟାଙ୍ଗ ଚଳାଇଥିବା ଅଭିଯୋଗ ହୋଇଥିଲା । ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ ।