ମଦ୍ୟପଙ୍କ ପାଇଁ ଏହି ଦେଶରେ କଠୋର ଆଇନ: ଏଠି ମଦ ପିଇଲେ ମିଳିଥାଏ ଫାଶୀ ଦଣ୍ଡ!

432

କନକ ବ୍ୟୁରୋ: ମଦ୍ୟପାନ କରିବାକୁ ଅନେକ ଲୋକ ନିଜ ସୌକ ବୋଲି ଭାବିଥାନ୍ତି । ଜନ୍ମଦିନ, ବିବାହ ଏମିତି ଅନେକ ପାର୍ଟିରେ ମଦ୍ୟପାନ କରି ଉତ୍ସବ ପାଳନ କରନ୍ତି ଲୋକେ । ଏହା କେବଳ ଭାରତରେ ନୁହେଁ ବରଂ ଏମିତି ଅନେକ ଦେଶରେ ଦେଖିବାକୁ ମିଳେ । ହେଲେ ଆମେ ଆଜି ଆପଣଙ୍କୁ ଏମିତି ଏକ ଦେଶ କଥା କହିବୁ ଯେଉଁଠି ମଦ ବିକିବା ଏବଂ ପିଇବା ଉପରେ କଠୋର ଆଇନ ରହିଛି । ଏଠାରେ ମଦ ସମ୍ପୂର୍ଣ୍ଣ ଭାବେ ବ୍ୟାନ କରାଯାଇଛି । ଏଠାରେ ମଦ ପିଇଲେ ପାଶୀ ଦଣ୍ଡ ଦିଆଯାଇଥାଏ । ତେବେ ଏହି ଦେଶ ହେଉଛି ଭାରତର ପଡୋଶୀ ଦେଶ ଇରାନ ।

ଯଦି ଇରାନରେ କୌଣସି ବ୍ୟକ୍ତି ମଦ ପିଉଥିବା, କିମ୍ବା ନେଇକି ଯାଉଥିବା ଅବସ୍ଥାରେ ଧରାପଡନ୍ତି ତେବେ ତାଙ୍କୁ ଜରିମାନା ଦେବା ସହ ଜେଲ ଯିବାକୁ ପଡିଥାଏ । ଏମିତି ପାଶିଦଣ୍ଡ ବି ଦିଆଯାଇଥାଏ । ସେହିପରି ଯଦି କେହି ବ୍ୟକ୍ତି ମଦ ବିକନ୍ତି ତେବେ ତାଙ୍କୁ ୮୦ କୋଡର ସଜା ଦିଆଯାଇଥାଏ । ଏଠାରେ ମଦ ପିଇବା ପାଇଁ କୌଣସି ବୟସ ସୀମା ନାହିଁ ତେଣୁ ଆପଣଙ୍କ ବୟସ ଯେତେ ହୋଇଥିଲେ ବି ଏହି ଆଇନ ଉଲ୍ଲଘଂନ କଲେ ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ । ଯଦି କୌଣସି ବ୍ୟକ୍ତିଙ୍କୁ ବାରମ୍ବାର ମଦ ସହ ସମ୍ବନ୍ଧିତ ଅପରାଧରେ ଧରାଯାଇଥାଏ ତେବେ ତାଙ୍କୁ ଫାଶି ଦଣ୍ଡ ଦିଆଯାଇଥାଏ ।

ଆପଣଙ୍କ ମନରେ ନିଶ୍ଚେ ପ୍ରଶ୍ନ ଆସୁଥିବ କି କଣ ପର୍ଯ୍ୟଟତଙ୍କ ପାଇଁ ବି ଏହି ନିୟମ ରହିଛି । ତେବେ ଆମେ ଆପଣଙ୍କୁ କହିରଖୁଛି କି ଏହି ଆଇନ ସମସ୍ତଙ୍କ ପାଇଁ ସମାନ । ଏଠାରେ ଆପଣଙ୍କୁ କୌଣସି ମଦ ଦୋକାନ, ନାଇଟ କ୍ଲବ ଓ ବାର୍ ମିଳିବ ନାହିଁ । ଯଦି ଆପଣ ଭାବୁଥିବେ ଅନ୍ୟଦେଶରୁ ଆପଣ ଇରାନକୁ ନେଇ ସେଠାରେ ବ୍ୟକ୍ତିଗତ ବ୍ୟବାହର କରିବେ ତେବେ ଏମିତି ବି ଆପଣ କରିପାରିବେ ନାହିଁ । କାରଣ ବାହାର ଦେଶରୁ ମଦ ଆଣିବା ଏଠାରେ ଅବୈଧ ଅଟେ । ଏୟାରପୋର୍ଟରେ ଚେକିଂ ବେଳେ ଯଦି ମଦ ସହ ଆପଣ ଧରା ପଡନ୍ତି ତେବେ ଆପଣ ଇରାନର ହୁଅନ୍ତୁ କି ପର୍ଯ୍ୟଟକ ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସାଧାରଣତଃ ଇରାନର ଯୁବପିଢୀ ମଦ୍ୟପାନ କରିବାକୁ ପସନ୍ଦ କରିଥାନ୍ତି । ସେଥିପାଇଁ ଅବୈଧ ଭାବରେ ମଦ ତିଆରି ହୁଏ କିମ୍ବା ବାହାରୁ ତସ୍କରି କରାଯାଇଥାଏ । ବିଷାକ୍ତ ମଦ ପିଇବା ଯୋଗୁଁ ଇରାନରେ ଅନେକ ଲୋକଙ୍କ ମୃତ୍ୟୁ ହେଉଛି କାରଣ ସେମାନେ ଡାକ୍ତରଙ୍କ ପାଖକୁ ଯିବାକୁ ଡରୁଛନ୍ତି । ଡାକ୍ତର ପାଖକୁ ଯାଇ ସେଠାରେ ଚିକିତ୍ସା କରାଇଲେ ପୋଲିସ ଧରିବାର ଭୟ ରହିଥାଏ ।

ମଦ୍ୟପାନ କରିବା ପାଇଁ ଅନେକ ଦେଶରେ କିଛି ନିୟମ ରହିଛି । ଯେମିତି କି ଆମ ଦେଶରେ ରାସ୍ତା ଉପରେ ମଦ୍ୟପାନ କରିପାରିବେ ନାହିଁ, ମଦ୍ୟପାନ କରି ଗାଡି ଚଲାଇବେ ନାହିଁ । ଏହି ନିୟମ ଉଲ୍ଲଘଂନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ । ହେଲେ ଇରାନ ଏମିତି ଏକ ଦେଶ ଯେଉଁଠି ମଦ୍ୟପାନକୁ ନେଇ କଠୋର ଆଇନ ରହିଛି ।