ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଅନୁଗୁଳ ମେଗା ଆଲୁମିନିୟମ ପାର୍କ ପାଇଁ ଅର୍ଥ ବ୍ୟୟବରାଦ

263

କନକ ବ୍ୟୁରୋ : ଆଜି ରାଜ୍ୟ କ୍ୟାବିନେଟରେ ଏକ ଗରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି କ୍ରମରେ ଅନୁଗୁଳ ଠାରେ ଥିବା ମେଗା ଆଲୁମିନିୟମ ପାର୍କ ପାଇଁ ରାଜ୍ୟ ସରକାର ଅର୍ଥ ବ୍ୟୟ ବରାଦ କରିଛନ୍ତି । ଏହି ପାର୍କ ବିକାଶ କାମ ଇଡକୋ ମାଧ୍ୟମରେ କରାଯିବ ବୋଲି କୁହାଯାଇଛି ।

ରାଜ୍ୟରେ ଏବେ ଶିଳ୍ପର ଉନ୍ନତିକୁ ନଜରରେ ରଖି ରାଜ୍ୟ ସରକାର ଏହି ପାର୍କ ପାଇଁ ବିକଶିତ ଜମି ଓ ଅର୍ଥ ଯୋଗାଇ ଦେବେ । ଏହା ଦ୍ୱାରା ଆଲୁମିନିୟମ ବ୍ୟବସାୟୀଙ୍କୁ ଆକର୍ଶିତ କରାଯାଇ ପାରିବ ବୋଲି କୁହାଯାଇଛି । ରାଜ୍ୟ ସରକାରଙ୍କ ସହଯୋଗରେ ଏହା ସମ୍ଭବ ବୋଲି କୁହାଯାଇଛି । ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଛି କି ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ସରକାର ଶସ୍ତାରେ ଜମି ଯୋଗାଇ ଦେବେ । ଏନେଇ ରାଜ୍ୟ ସରକାର ୪୨୮.୯୫ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟ ୫ ଟି ଅଧିନରେ ୨୦୨୫ ସୂୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।