ବିଭିନ୍ନ ସ୍ଥାନରେ ଇଭିଏମ୍ ଖରାପ  । କୋରାପୁଟ୍ , ଭବାନୀପାଟଣାରେ ଓ ମାଲକାନଗିରିରେ ଇଭିଏମରେ ତ୍ରୁଟି ଯୋଗୁଁ ଭୋଟର ଅସନ୍ତୁଷ୍ଟ, ମତଦାନରେ ବିଳମ୍ବ ।

188

କନକ ବ୍ୟୁରୋ: କୋରାପୁଟରେ ଇଭିଏମ ତ୍ରୁଟି । ଇଭିଏମରେ ଅସୁବିଧା ନେଇ ମତଦାନରେ ବିଳମ୍ବ । ଧାଡିରେ ଛିଡା ହୋଇଛନ୍ତି କୋରାପୁଟ୍ ଜିଲ୍ଲାପାଳ ଓ ତାଙ୍କ ପତ୍ନୀ । କୋରାପୁଟ ନିର୍ବାଚନ ମଣ୍ଡଳୀର ଆଦର୍ଶ ମତଦାନ କେନ୍ଦ୍ରର ୧୩୯ ନମ୍ବର ବୁଥରେ ଭୋଟ୍ ଦାନ ବିଳମ୍ବ । ମେସିନ୍ ଅଚଳ ଯୋଗୁଁ ଅନେକ ଲୋକ ଲାଇନରେ ଛିଡା ହୋଇଛନ୍ତି ।

ଇଭିଏମ ଅସୁବିଧା ନେଇ ଅନେକ ସ୍ଥାନରେ ମତଦାନରେ ବିଳମ୍ବ । କଳାହାଣ୍ଡି, ଭବାନୀପାଟ ୧୦୪, ୧୦୫ ଓ ୧୦୬ ନମ୍ବର ବୁଥ୍ରେ ମତଦାନ ଆରମ୍ଭ ହୋଇପାରି ନାହିଁ । ଲାଇନରେ ଛିଡା ହୋଇଥିବା ଭୋଟର ଅସନ୍ତୁଷ୍ଟ । ସେପଟେ ମାଲକାନଗିରି କୁମୁଟିଗୁଡା ୮୫ ନମ୍ବର ବୁଥ୍ରେ ଇଭିଏମ୍ ଅଚଳ । ମତଦାନ ପାଇଁ ଅପେକ୍ଷା କରିଛନ୍ତି ଭୋଟର । ସେହିପରି ମାଲକାନଗିରି ପୌରପରିଷଦର ବୁଥରେ ମଧ୍ୟ ଇଭିଏମରେ ତ୍ରୁଟି ଯୋଗୁଁ ମତଦାନରେ ବିଳମ୍ବ ହୋଇଥିବା ସୂଚନା ରହିଛି ।

ଇଭିଏମରେ ଅସୁବିଧା ନେଇ ଅନେକ ସ୍ଥାନରେ ମତଦାନରେ ବିଳମ୍ବ । କଳାହାଣ୍ଡି, ଭବାନୀପାଟ ୧୦୪, ୧୦୫ ଓ ୧୦୬ ନମ୍ବର ବୁଥ୍ରେ ମତଦାନ ଆରମ୍ଭ ହୋଇପାରି ନାହିଁ । ଲାଇନରେ ଛିଡା ହୋଇଥିବା ଭୋଟର ଅସନ୍ତୁଷ୍ଟ । ସେପଟେ ମାଲକାନଗିରି କୁମୁଟିଗୁଡା ୮୫ ନମ୍ବର ବୁଥ୍ରେ ଇଭିଏମ୍ ଅଚଳ । ମତଦାନ ପାଇଁ ଅପେକ୍ଷା କରିଛନ୍ତି ଭୋଟର । ସେହିପରି ମାଲକାନଗିରି ପୌରପରିଷଦ ବିବଗୁଡା ବୁଥରେ ମଧ୍ୟ ଇଭିଏମ୍ ତ୍ରୁଟି ପରେ ମତଦାନରେ ବିଳମ୍ବ । ବଙ୍ଗାଳି ପ୍ରାଥମିକ ବିଦ୍ୟାଳୟ ୬୩ ନମ୍ବର ବୁଥ୍ରୁ ଆସିଲା ଇଭିଏମ୍ ଖରାପ ।