ଶ୍ରୀଲଙ୍କାରେ ପୁଣି ଲାଗୁ ହେଲା ଏମର୍ଜେନ୍ସି । ସେନା ହାତରେ ଦେଶର ଶାସନ କ୍ଷମତା । ୫ ସପ୍ତାହରେ ଦୁଇ ଥର ଲାଗୁ ହେଲାଣି ଏମର୍ଜେନ୍ସି

87

କନକ ବ୍ୟୁରୋ: ଶ୍ରୀଲାଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ୍ୟ ପୁଣି ଥରେ ଦେଶରେ ଏମର୍ଜେନ୍ସି ତଥା ଜରୁରୀକାଳୀନ ସ୍ଥିତିି ଲାଗୁ କରିଛନ୍ତି । ବିକ୍ଷୋଭକାରୀଙ୍କୁ ଦମନ ପାଇଁ ୫ ସପ୍ତାହ ମଧ୍ୟରେ ଶ୍ରୀଲଙ୍କାରେ ଦୁଇ ଥର ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଛି । ସୁରକ୍ଷା ଫୋର୍ସଙ୍କ ହାତକୁ ଚାଲି ଯାଇଛି ଦେଶର କ୍ଷମତା ଭାର । ବିନା କୋଣସି କୋର୍ଟ ଅର୍ଡରରେ ଯେକୌଣସି ସନ୍ଦୀଗ୍ଧଙ୍କୁ ଗିରଫ କରି ଜେଲ ପଠାଇବାର କ୍ଷମତା ପୋଲିସକୁ ଦିଆଯାଇଛି । ଦେଶର ବିପର୍ଯ୍ୟସ୍ଥ ଅର୍ଥବ୍ୟବସ୍ଥା ପାଇଁ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବିରେ ସାରା ଦେଶରେ ବିକ୍ଷୋଭ ଚାଲିଥିବା ବେଳେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଏଭଳି ନିଷ୍ପତି ନିଆଯାଇଥିବା ରାଷ୍ଟ୍ରପତିଙ୍କ ମୁଖପାତ୍ର କହିଛନ୍ତି ।

ସରକାରଙ୍କ ଇସ୍ତଫା ଦାବି କରି ଶୁକ୍ରବାର ଶ୍ରୀଲଙ୍କା ଟ୍ରେଡ୍ ୟୁନିୟନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା । ଶ୍ରୀଲଙ୍କା ରାଷ୍ଟପ୍ରତିଙ୍କ ବାସଭବନ ସମ୍ମୁଖରେ ଚାଲିଥିବା ବିକ୍ଷୋଭ ସାମିଲ ହୋଇଥିଲେ ଚାକିରି ହରାଇଥିବା ଲକ୍ଷ ଲକ୍ଷ ବେକାରୀ ଛାତ୍ରଛାତ୍ରୀ । ପରିସ୍ଥିତି ଅଣାୟତ ହେବାରୁ ପୋଲିସ ଛାତ୍ରଛାତ୍ରୀଙ୍କ ଉପରକୁ ଲୁହ ବୁହା ଗ୍ୟାସ୍, ପାଣି ମାଡ କରିଥିଲା । ଏହାର କିଛି ସମୟ ପରେ ଜରୁରୀକାଳୀନ ପରିସ୍ଥତି ଲାଗୁ କରିଥିଲେ ରାଷ୍ଟ୍ରପତି ଗୋଟବାୟା ।