ଆଗାମୀ ୨ ଦିନରେ ଓଡିଶା ଆସିବେ ୨ ମୁଖ୍ୟମନ୍ତ୍ରୀ, ୨ କେନ୍ଦ୍ରମନ୍ତ୍ରୀ । ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ମାରାଥନ୍ ପ୍ରଚାର ।

589

କନକ ବ୍ୟୁରୋ: ଆସନ୍ତା ଦୁଇ ଦିନ ଅର୍ଥାତ୍ ୮ ଓ ୯ ତାରିଖରେ ଓଡିଶା ଆସୁଛନ୍ତି ୨ ମୁଖ୍ୟମନ୍ତ୍ରୀ । ୮ ତାରିଖରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଓଡିଶା ଆସୁଛନ୍ତି । ସେ ଉଭୟ ୮ଓ ୯ ତାରିଖରେ ନବରଙ୍ଗପୁର ଓ କୋରାପୁଟ ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଏହାପରେ ୯ ତାରିଖରେ ଓଡିଶା ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା । ସେ ମଧ୍ୟ ମାଲକାନଗିରି, ଚିତ୍ରକୋଣ୍ଡା ଓ ଖଲ୍ଲିକୋଟରେ ମାରାଥନ୍ ପ୍ରଚାର କରିବେ ।

ଏହାସହ ଆସନ୍ତା କାଲି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓଡିଶା ଆସିବାକୁ ଥିବାବେଳେ ୯ରେ ଆସୁଛନ୍ତି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଗଡକରୀ ପୁରୀ କୃଷ୍ଣପ୍ରସଦରେ ଜନସଭାକୁ ସମ୍ବୋଧନ କରିବା ସହ ରାଜ୍ୟରେ ବିଜେପି ସରକାରର ଆବଶ୍ୟକତାକୁ ପ୍ରତିପାଦନ କରିବାକୁ ଚେଷ୍ଟା କରିବେ । ତେବେ ରାଜ୍ୟରେ ବିଜେପି ସରକାରକୁ ନିଶ୍ଚିତ କରିବାକୁ ଓଡିଶା ମୁହାଁ ହେଉଛନ୍ତି କେନ୍ଦ୍ର ନେତୃତ୍ୱ ।