ପୁରୀରେ ପହଞ୍ଚିଲା ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ୍ : ପୂର୍ବତଟ ରେଳବାଇ ପକ୍ଷରୁ ଯାତ୍ରୀଙ୍କୁ ଭବ୍ୟ ସ୍ୱାଗତ

106

କନକ ବ୍ୟୁରୋ : ପୁରୀରେ ପହଞ୍ଚିଛି ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ୍ । ୫୨୮ ଯାତ୍ରୀକୁ ନେଇ ଆସିଥିବା ଏହି ଟ୍ରେନ୍ ପୁରୀରେ ପହଞ୍ଚିବା ପରେ ଷ୍ଟେସନରେ ପହଞ୍ଚିବା ପରେ ପୂର୍ବତଟ ରେଳବାଇ ପକ୍ଷରୁ ଯାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା । ଯାତ୍ରୀଙ୍କୁ ଫୁଲମାଳ ପିନ୍ଧାଇ ଫୁଲ ପକାଇ ସ୍ୱାଗତ ଜଣାଯାଇଥିଲା । ଯାତ୍ରୀଙ୍କୁ ଗୋଲାପ ଫୁଲ ଓ ମହାପ୍ରଭୁଙ୍କ ଶୁଖିଲା ପ୍ରସାଦ ମଧ୍ୟ ଦିଆଯାଇଥିଲା ।

ଯାତ୍ରୀମାନେ ପୁରୀରେ ପହଞ୍ଚିବା ପରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଏହା ସହ ଯାତ୍ରୀମାନେ କୋଣାର୍କ ସୂର୍ଯ୍ୟମନ୍ଦିର ବୁଲିବାର କାର୍ଯ୍ୟକ୍ରମ ରହିଛି । ଦିଲ୍ଲୀରୁ ବାହାରିଥିବା ଏହି ଟ୍ରେନ୍ ଦେଶର ବିଭିନ୍ନ ତୀର୍ଥସ୍ଥଳୀ ଯାତ୍ରା କରିବ । ପପୁରୀ, ଭୁବନେଶ୍ୱର, କାଶୀ, ବୈଦ୍ୟନାଥ, ଗୟା ସମେତ ବିଭିନ୍ନ ତୀର୍ଥସ୍ଥଳୀ ଯାତ୍ରା କରିବ । ବିହାର ଗୟାରେ ଏହି ଯାତ୍ରା ଶେଷ ହେବ ।