ଅପରାଧୀଙ୍କ ଘର ଆଗରେ ପୋଲିସର ଡାକବାଜି : ଏମଭି-୮୩ ଗାଁର ୩ ଗଞ୍ଜେଇ ମାଫିଆକୁ ପଳାତକ ଘୋଷଣା

84

କନକ ବ୍ୟୁରୋ : ଅପରାଧୀଙ୍କ ଘର ଆଗରେ ପୋଲିସର ଡାକବାଜି । ଡାକବାଜି ଯନ୍ତ୍ର ସହାୟତାରେ ପଳାତକ ଘୋଷଣା କଲା ପୋଲିସ । ମାଲକାନଗିରି ଏମ୍ଭି ୮୩ ଗାଁର ୩ ଜଣ ଗଞ୍ଜେଇ ମଫିଆଙ୍କ ଘର ଆଗରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ପଳାତକ ଘୋଷଣା କରିଛି ପୋଲିସ । ଏହି ଗଞ୍ଜେଇ ମାଫିଆ ବର୍ଷ ବର୍ଷ ଧରି ଫେରାର ରହିଛନ୍ତି । ସେମାନଙ୍କ ନାଁରେ ଜାମିନ୍ ବିହୀନ ଗିରଫ ପରୱାନା ଥାଇ ମଧ୍ୟ କୋର୍ଟରେ ହାଜର ହେଉନାହାନ୍ତି ।

ଏହି ତିନି ଅଭିଯୁକ୍ତ ହେଲେ ନିତାଇ ମଣ୍ଡଳ, ଅଶୋକ ମହାରି ଓ ମହିନ୍ଦ୍ର ବସୁ । ବର୍ଷ ବର୍ଷ ଧରି କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବାରୁ ଏମାନଙ୍କୁ ପଳାତକ ଘୋଷଣା କରିବା ସହ ଘର ଆଗରେ ନୋଟିସ୍ ଲଗାଇଛି ପୋଲିସ । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ହାଜର ନହେଲେ ସେମାନଙ୍କ ସମ୍ପତି ବାଜ୍ୟାପ୍ତି କରାଯିବ ବୋଲି ନୋଟିସରେ ଲେଖାଯାଇଛି । ସେହିପରି କାଲିମେଳା ଥାନା ଏମ୍ଭି ୯୮ ଗାଁରେ ମଧ୍ୟ ଜଣେ ଗଞ୍ଜେଇ ବେପାରୀଙ୍କ ଘରେ ନୋଟିସ୍ ମାରିଛି ପୋଲିସ ।