ବାତ୍ୟା ଅସାନୀକୁ ନେଇ ଏସଆରସିଙ୍କ ପ୍ରେସମିଟ: ଆନ୍ଧ୍ର-ଓଡିଶା ଉପକୂଳ ଛୁଇଁବ ନାହିଁ ବାତ୍ୟା

124

କନକ ବ୍ୟୁରୋ: ବାତ୍ୟା ଅସାନୀକୁ ନେଇ ଏସଆରସିଙ୍କ ପ୍ରେସମିଟ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ରହିଛି ବାତ୍ୟା । ପୁରୀଠାରୁ ୯୨୦ କିମି ଦକ୍ଷିଣ-ପୂର୍ବରେ ଅଛି ବାତ୍ୟା । ଆନ୍ଧ୍ର-ଓଡିଶା ଉପକୂଳ ଛୁଇଁବ ନାହିଁ ବାତ୍ୟା । ୯୦ରୁ ୧୦୦ କିମି ଦୂର ଦେଇ ଯାଇପାରେ ବାତ୍ୟା । ଏହି ସମୟରେ ୪୦ରୁ ୫୦ କିମି ବେଗରେ ବହିପାରେ ପବନ ।

ସେହିପରି ୭ରୁ ୧୧ ସେଣ୍ଟିମିଟର ଯାଏଁ ବର୍ଷା ସମ୍ଭାବନା ରହିଛି । ବର୍ଷା ପାଇଁ ବନ୍ୟା ଭଳି ସ୍ଥିତି ଉପୁଜିବ ବୋଲି ଆଶଙ୍କା ନାହିଁ । ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ବାତ୍ୟା ପାଇଁ ଚିଲିକାରେ ବି ବୋଟ ଚଳାଚଳ ବନ୍ଦ ରହିବ । ଚଳିଆ ଅଞ୍ଚଳ ପ୍ରତି ଦୃଷ୍ଟି ଦେବାକୁ ପ୍ରଶାସନ ପକ୍ଷରୁ ନଜର ରଖାଯିବ । ଗଞ୍ଜାମ, ପୁରୀ, ସାତପଡା, ବାଲେଶ୍ୱର, ଭଦ୍ରକରେ ଓଡ୍ରାଫ ଟିମ ରହିବ ।