ପୁରୀଠୁ ୯୨୦ କିଲୋମିଟର ଦୂରରେ ବାତ୍ୟା ‘ଅସାନି’ । ପଢନ୍ତୁ, କେଉଁ କେଉଁ ଜିଲ୍ଲାରେ ହେବ ପ୍ରବଳ ବର୍ଷା?

260

କନକ ବ୍ୟୁରୋ: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆଉ କିଛି ସମୟ ପରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୀଷଣ ବାତ୍ୟାର ରୂପ ନେବ ଅସାନି । ତେବେ ଏହାକୁ ନେଇ ଏବେ ତାଜା ସୂଚନା ଦେଇଛନ୍ତି ଏସଆରସି…

  • ବାତ୍ୟା ଅସାନି ନେଇ ଏସଆରସିଙ୍କ ସୂଚନା
  • ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ରହିଛି ବାତ୍ୟା
  • ପୁରୀଠୁ ୯୨୦ କିଲୋମିଟର ଦୂରରେ ବାତ୍ୟା ଅସାନି
  • ଆନ୍ଧ୍ର କିମ୍ବା ଓଡିଶାର ଉପକୂଳ ଛୁଇଁବ ନାହିଁ ବାତ୍ୟା
  • ଉପକୂଳଠୁ କେତେ ଦୂରରେ ଗତକରିବ ତାହା ପରେ ଜଣାପଡିବ
  • ପବନର ବେଗ ୩୦ରୁ ୫୦ କିଲୋମିଟର ରହିପାରେ
  • ସମୁଦ୍ର ଭିତରେ ଓଡିଶାର କୌଣସି ମାଛଧରା ବୋଟ୍ ନାହିଁ
  • ମତ୍ସ୍ୟଜୀବୀଙ୍କୁ ସମୁଦ୍ର ନଯିବାକୁ ପରାମର୍ଶ ଦିଆଯାଇଛି
  • ଚିଲିକାରେ ବୋଟ୍ ଚଳାଚଳ ମଧ୍ୟ ବନ୍ଦ ରହିବ
  • ବର୍ଷା ପାଇଁ ବନ୍ୟା ଭଳି ସ୍ଥିତି ଉପୁଜିବ ବୋଲି ଆଶଙ୍କା ନାହିଁ
  • ଗଞ୍ଜାମ, ପୁରୀ, ସାତପଡା, ବାଲେଶ୍ୱର, ଭଦ୍ରକରେ ଓଡ୍ରାଫ୍ ଟିମ ରହିବ
  • ୧୦ ତାରିଖରେ ଗଞ୍ଜାମ, ଗଜପତି ଓ ପୁରୀ ଜିଲ୍ଲାରେ ବର୍ଷା ହୋଇପାରେ । ୧୧ ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁର ଏବଂ ୧୨ ତାରିଖରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ।