ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି: ମୁକାବିଲା ପାଇଁ ସରକାର ପ୍ରସ୍ତୁତ । କାଲି ସକାଳ ଯାଏଁ ଜାରି ରହିବ ବର୍ଷା

565

କନକ ବ୍ୟୁରୋ: ରାଜ୍ୟରେ ଭାରି ବର୍ଷା ନେଇ ଏସଆରସି ବିଷ୍ଣୁପଦ ସେଠୀଙ୍କ ସୂଚନା ।  ପ୍ରବଳ ବର୍ଷା କାରଣରୁ ବିଭିନ୍ନ ନଦୀ ଫୁଲୁଛି । ବଂଶଧାରା ନଦୀ ବଢୁଛି । ବିପଦ ସଂକେତ ଉପରେ ବଂଶଧାରା ରହି ଥିବାରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି  । କଳାହାଣ୍ଡି ଲାଞ୍ଜିଗଡରେ ସର୍ବାଧିକ ୩୮୨. ୬ ମିମି ବର୍ଷା ରେକର୍ଡ ହୋଇଛି । ପ୍ରବଳ ବର୍ଷା କାରଣରୁ ୫ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା ଓ କନ୍ଧମାଳରେ ପ୍ରବଳ ବର୍ଷା ହୋଇଥିବା ଏସଆରସି ସୂଚନା ଦେଇଛନ୍ତି ।

ତେବେ ୫ଟି ଜିଲ୍ଲାର ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତରଣ କରାଯାଉଛି । ପରିସ୍ଥିତି ଉପରେ ସତର୍କ ନଜର ରଖା ଯାଇଛି । ବଂଶଧାରା ସହ ଗୁଣପୁର, କାଶୀନଗରରେ ବିପଦ ସଂକେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି ।

ସେହିପରି ଗଜପତି ଓ କାଶୀନଗରରେ ୨୦୦ ଲୋକଙ୍କୁ ଉଦ୍ଧାର କରାଯାଇଛି । ବିଷମ କଟକର ତଳିଆ ଅଞ୍ଚଳରେ ୭୦ ଲୋକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କାମରେ ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବିଭାଗ ସାମିଲ ଥିବା ଏସଆରସି କହିଛନ୍ତି । କାଲି ସକାଳ ୮ଟା ଯାଏଁ ବର୍ଷା ଜାରି ରହିବ ତେଣୁ ପରିସ୍ଥିତି ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିବା ବିଷ୍ଣୁପଦ କହିଛନ୍ତି ।