ଆଉ ଟ୍ରେନ ଯାତ୍ରା ଲାଗିବ ନାହିଁ କଷ୍ଟ । ଏଣିକି ଚଳନ୍ତା ଟ୍ରେନରେ ହିଁ ମିଳିବ ମସାଜ୍ ସେବା

ରେଳଯାତ୍ରୀଙ୍କୁ ଏଣିକି ଲାଗିବ ନାହିଁ ଥକା

229
କନକ ବ୍ୟୁରୋ : ଲୋକମାନଙ୍କୁ ତଥା ରେଳରେ ଯାତ୍ରା କରୁଥିବା ଲୋକମାନଙ୍କୁ ରେଳବାଇ ଉତ୍କୃଷ୍ଟ ସେବା ପ୍ରଦାନ କରିବା ପାଇଁ ସବୁବେଳେ ପ୍ରୟାସ କରିଥାଏ । ଦିନକୁ ଦିନ ସମୟର ତାଳେ ତାଳେ ରେଳ ଯାତ୍ରୀଙ୍କୁ ଟ୍ରେନରେ ଉଚ୍ଚମାନର ସେବା ଯୋଗାଇବା ଲାଗି ଚେଷ୍ଟା କରୁଛି ରେଳବାଇ । ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଭାରତରେ ଚଳାଚଳ କରୁଥିବା ଅନେକ ଟ୍ରେନରେ ବର୍ତମାନ ସମୟରେ ମସାଜ ସେବା ଉପଲବ୍ଧ ହେବ । ପ୍ରଥମଥର କରି ଭାରତୀୟ ରେଳ ଏହି ସେବା ଯୋଗାଇବା ଲାଗି ଯାଉଛି । ମାତ୍ର ୧୦୦ ଟଙ୍କା ବିନିଯୋଗ କରି ଯାତ୍ରୀମାନେ ଏହି ସୁବିଧା ପାଇପାରିବେ ବୋଲି ସୂଚନା ମିଳିଛି । ପ୍ରଥମଥର ୩୯ ଟ୍ରେନରେ ଏହି ସୁବିଧା ଆରମ୍ଭ ହେବା ପାଇଁ ଯାଉଛି ।
source : aajtak

ରେଳବାଇର ଜଣେ ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ମସାଜରେ ବର୍ଷକୁ ପାଖାପାଖି ୨୦ ଲକ୍ଷ ଟଙ୍କା ଅଧିକ ରାଜସ୍ୱ ମିଳିବ । ଏହା ଆରମ୍ଭ ହେବା ପରେ ଅତିରିକ୍ତ ଟିକେଟ ମଧ୍ୟ ବିକ୍ରି ହେବ ବୋଲି ସୂଚନା ମିଳିଛି , ଯାହାଦ୍ୱାରା ବର୍ଷକୁ ୯୦ ଲକ୍ଷ ଟଙ୍କା ଅଧିକ ଆୟ ହେବ ବୋଲି ଜଣାଯାଇଛି । ରେଳବାଇ ଆଶା ରଖିଛି ଯେ, ଏପରି ସେବା ଆରମ୍ଭ ହେଲେ ନିହାତି ଭାବରେ ଅଧିକ ଲୋକ ଟ୍ରେନରେ ଯାତ୍ରା କରିବେ । ମାତ୍ର ୧୦୦ ଟଂକା ଖର୍ଚ୍ଚ କରି ଚଳନ୍ତା ଟ୍ରେନରେ ହିଁ ଯାତ୍ରୀମାନେ ଏହାର ସୁବିଧା ପାଇପାରିବେ ବୋଲି ଜଣାପଡିଛି ।