ମାର୍ଚ୍ଚରୁ ମିଳିବ ଫ୍ରିଡମ ୨୫୧ । ଗ୍ରାହକଙ୍କ ହାତକୁ ଆସିବ ବିଶ୍ୱର ସବୁଠାରୁ ଶସ୍ତା ସ୍ମାର୍ଟଫୋନ

26

ଗତ ବର୍ଷ ବିଶ୍ୱର ସବୁଠାରୁ ଶସ୍ତା ସ୍ମାର୍ଟଫୋନକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଯାହା ଫ୍ରିଡମ-୨୫୧ ନାଁରେ ବେଶ୍ ଚର୍ଚ୍ଚିତ ହୋଇଥିଲା । ଆଉ ଏହି ଫୋନଟିକୁ କିଣିବା ଆଶାରେ ବିଭିନ୍ନ ସାଇବର କୈଫରେ ଲୋକଙ୍କର ଭିଡ ଦେଖିବାକୁ ମିଳିଥିଲା । ହେଲେ ଲୋକଙ୍କର ଏହି ଶସ୍ତା ସ୍ମାର୍ଟଫୋନର ଆଶା ଆଶାରେ ହିଁ ରହିଯାଇଥିଲା । କାରଣ, ଗ୍ରାହକଙ୍କୁ ଫୋନ ମିଳିବା ତ ଦୁରର କଥା କଂପାନୀର ମାଲିକଙ୍କୁ ପୋଲିସ ଗିରଫ କରିନେଇଥିଲା ।

ସୂଚନା ମୁତାବକ, ମୋହିତ ଗୋଏଲ ନାମକ ଜଣେ ବ୍ୟକ୍ତି ରିଙ୍ଗିଂ ବେଲ୍ସ ପ୍ରାଇଭେଟ୍ ଲିମିଡେଟ୍ ନାମକ ଏକ କଂପାନୀ ଆରମ୍ଭ କରିଥିଲେ । ଯାହାକି ଲୋକଙ୍କୁ ଏହି ଶସ୍ତା ସ୍ମାର୍ଟଫୋନ ତଥା ଫ୍ରିଡମ-୨୫୧ ଯୋଗାଇ ଦେବ ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ, ମାତ୍ର ଫୋନ ବୁକିଂରେ ହେରଫେର ଏବଂ ଲୋକଙ୍କୁ ଫୋନ ନମିଳିବା ଅଭିଯୋଗରେ ମୋହିତଙ୍କୁ ପୋଲିସ ଗିରଫ କରିଥିଲା । ଯାହାଦ୍ୱାରା ମୋହିତଙ୍କୁ ପାଖାପାଖି ୬ ମାସ ଧରି ଜେଲର ହାୱା ଖାଇବାକୁ ପଡିଥିଲା ।

ବର୍ତ୍ତମାନ ମୋହିତ ଜେଲରୁ ମୁକୁଳି ସାରିଛନ୍ତି ଆଉ ତାଙ୍କରକେକ ବୟାନ ଏବେ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟିଛି । ଏହି ଟିପ୍ପଣୀରେ ମୋହିତ ପୁଣି ଥରେ ଆଶା ଦେଖାଇଛନ୍ତି କି ତାଙ୍କୁ ସରକାରଠାରୁ ସହାୟତା ମିଳିବ ଏବଂ ସେ ଆଗାମୀ ବର୍ଷ ମାର୍ଚ୍ଚ କିମ୍ବା ଏପ୍ରିଲ ସୁଦ୍ଧା ଗ୍ରାହକଙ୍କୁ ଫ୍ରିଡମ୨୫୧ ସ୍ମାର୍ଟଫୋନ ଡେଲିଭର କରାଇବେ ବୋଲି । ତେବେ ସରକାରଙ୍କ ଦ୍ୱାରା କରାଯାଇଥିବା ମେକ୍ ଇନ୍ ଇଣ୍ଡିଆ ଏବଂ ଷ୍ଟାର୍ଟଅପ ଇଣ୍ଡିଆ କମିଟମେଟ୍ ସତ୍ୱେ ବି ତାଙ୍କୁ ସେଭଳି କୌଣସି ସପୋର୍ଟ ମିଳିପାରିନଥିଲା ହେଲେ ଏବେ ସେ ସରକାରଦ୍ୱାରା ହିଁ ନିଜର ପ୍ରତିଶ୍ରୁତିକୁ ପୁରଣ କରିବାକୁ ସହଯୋଗ ଲୋଡିବେ ବୋଲି ମୋହିତ ସୂଚନା ଦେଇଛନ୍ତି ।

ଏଠାରେ ଆମେ କହି ରଖୁଛୁ କି, ମାତ୍ର ୨୫୧ ଟଙ୍କାରେ ଲୋକମାନଙ୍କୁ ଫ୍ରିଡମ ତଥା ସ୍ମାର୍ଟଫୋନ ଦେବାକୁ ପ୍ରତିଶ୍ରୁତି ଦେଇଥିବା କଂପାନୀ ରିଙ୍ଗିଗ୍ ବେଲ୍ସର ମାଲିକ ମୋହିତ ଗୋୟଲଙ୍କୁ ୟୁପିର ଗାଜିୟାବାଦରୁ ପୋଲିସ ଗିରଫ କରିଥିଲା । ମୋହିତଙ୍କ ବିରୋଧରେ ଶସ୍ତାରେ ମୋବାଇଲ ଫୋନ ଯୋଗାଇଦେବା ଆଳରେ କିଛି ଉପଭୋକ୍ତାଙ୍କଠାରୁ ଟଙ୍କା ଲୁଟି ଥିବାର ଅଭିଯୋଗ ଆସିଥିଲା ।