ମୋହାଲି ଦିନିକିଆ ମ୍ୟାଚ ପରେ ଅବସର ନେବେ ଧୋନି ! ବିଦାୟକାଳୀନ ସମ୍ବର୍ଦ୍ଧନା ପାଇଁ ପ୍ରସ୍ତୁତି ଆରମ୍ଭ

64

ଅବସର ନେବେ ଧୋନି । ମୋହାଲିରେ ହେବାକୁ ଥିବା ଭାରତ-ଶ୍ରୀଲଙ୍କା ଦିନିକିଆ ମ୍ୟାଚ ପରେ ଅବସର ନେବେ ଧୋନି । ଶୁଣିକି ଆଶ୍ଚଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ । ଆଉ ମାତ୍ର ଦିନ ୯ଟା ପରେ ଆଉ ପଡିଆରେ ଧୋନିଙ୍କୁ ଦେଖିବାକୁ ମିଳିବନି । ଅଥାର୍ତ ଡିସେମ୍ବର ୧୩ ତାରିଖରେ ଧୋନି ନେବେ ଅବସର । ଏପରକି ଧୋନିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି । ଏହିକଥା ଧୋନିଙ୍କ ଫ୍ୟାନଙ୍କୁ ନିଶ୍ଚିତ କଷ୍ଟ ଦେବ । ତେବେ ବେଶି ମନ କଷ୍ଟ କରିବାର ଆବଶ୍ୟକତା ନାହିଁ । କାରଣ ଆମେ ଯେଉଁ ଧୋନିଙ୍କ କଥା କହୁଛୁ ସେ ହେଉଛି ମୋହାଲି ପୋଲିସର ସନ୍ଧାନୀ ସ୍ୱାଇପର କୁକୁର ।

ଦୀର୍ଘ ୧୦ ବର୍ଷ ଧରି ମୋହାଲି ପୋଲିସ ପାଇଁ କାମ କରୁଥିବା ସ୍ୱାଇପର କୁକୁର ଧୋନି ଡିସେମ୍ବର ୧୩ ତାରିଖରେ ଭାରତ-ଶ୍ରୀଲଙ୍କା ଦିନିକିଆ ମ୍ୟାଚ ପରେ କାଯ୍ୟକ୍ଷେତ୍ରରୁ ଅବସର ଗ୍ରହଣ କରିବ । ଧୋନିଙ୍କ ସହ ଜନ ଓ ପ୍ରୀତି ମଧ୍ୟ ସେହିଦିନ କାଯ୍ୟରୁ ଅବସର ନେବେ । ଏମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ହୋଇଛି ।

punjab-police-sniffer-dog-dhoni_1512379813ଧୋନିର ରକ୍ଷାଣବେକ୍ଷଣ କରୁଥିବା ଅମ୍ରିକ ସିଂହଙ୍କ କହିବା ଅନୁଯାୟୀ, ଲାବ୍ରାଡୋର ପ୍ରଜାତିର ଧଳାରଙ୍ଗର କୁକୁର ଧୋନିକୁ ପ୍ରଥମେ ୧୦ ଫେବୃଆରୀ ୨୦୦୭ରେ ପୋଲିସ ସ୍କ୍ୱାର୍ଡରେ ସାମିଲ କରାଯାଇଥିଲା । କ୍ରିକେଟର ମହେନ୍ଦ୍ର ସିଂହ ଧୋନି ଯେପରି ଅନେକ ସମୟରେ ଭାରତୀୟ କ୍ରିକେଟ ଦଳ ପାଇଁ ସଙ୍କଟମୋଚନ ସାଜୁଥିଲେ ଠିକ୍ ସେହିପରି ସ୍ୱାଇଫର ଡଗ ଧୋନି ମଧ୍ୟ ମୋହାଲି ପୋଲିସ ପାଇଁ ସଙ୍କଟମୋଚନ ସାଜିଥିଲା । ବଡ ବଡ ଅପରେସନରେ ଭାଗ ନେବା ସହ ବିଭିନ୍ନ ଅପରାଧିକ ମାମଲା ଓ ଡ୍ରଗ୍ସ ମାଫିଆଙ୍କୁ ଧରିବାକୁ ପୋଲିସକୁ ସାହାଯ୍ୟ କରୁଥିଲା ଧୋନି । ବିଭିନ୍ନ ଅନ୍ତର୍ଜାତୀୟ ମ୍ୟାଚରେ ମଧ୍ୟ ଧୋନିଙ୍କୁ ଖୋଜାପଡୁଥିଲା । ମ୍ୟାଚ ପୂର୍ବରୁ ପୂରା ପଡିଆର ଯାଞ୍ଚ କରୁଥିଲା ଧୋନି । ଭାରତ- ପାକିସ୍ତାନ ମଧ୍ୟରେ ୨୦୧୧ ବିଶ୍ୱକପ ସେମିଫାଇନାଲ ମ୍ୟାଚ ପୂର୍ବରୁ ପୂରା ଷ୍ଟାଡିୟମର ଯାଞ୍ଚ କରିଥିଲା ସ୍ୱାଇଫର ଡଗ ଧୋନି ।

ଏପରିକି ବିବାଦୀୟ ବାବା ରାମ ରହିମ ଗିରଫ ହେବା ପରେ ଯେଉଁ ହିଂସାକାଣ୍ଡ ଦେଖା ଦେଇଥିଲା ସେ ସମୟରେ ମୋହାଲି ପୋଲିସ ଘଟଣାସ୍ଥଳରେ ଧୋନିଙ୍କୁ ନିୟୋଜିତ କରିଥିଲେ । ରାମ ରହିମ ସମର୍ଥକଙ୍କ ବ୍ୟାଗରୁ ବିସ୍ପୋରକ ଜବତ କରିବା ପାଇଁ ଧୋନିକୁ ନିୟୋଜିତ କରାଯାଇଥିଲା । କେବଳ ଏତିକି ନୁହେଁ ଧୋନି ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାକୁ ସମାଧାନ କରିଛି ମୋହାଲି ପୋଲିସ ।