ଏମଆଇ, ଗୁଗଲ ଫୋନ୍ ଉପରେ ୨୧,୦୦୦ଟଙ୍କା ପର୍ଯ୍ୟନ୍ତ ରିହାତି । ଏଥିସହିତ ମିଳିବ ଅନେକ ଆକର୍ଷଣୀୟ ଅଫର୍ସ , ଜାଣନ୍ତୁ କେଉଁ କଂପାନୀ ଦେଉଛି ଏଭଳି ସୁବିଧା

56

ଅନଲାଇନ ସପିଂ ୱେବସାଇଟ୍ ଫ୍ଲିପକାର୍ଟ ଆରମ୍ଭ କରୁଛି ଫ୍ଲିପକାର୍ଟ ବିଗ୍ ସପିଂ ଡେଜ୍ ୨୦୧୭ ସେଲ । ଯାହାକି ଡିସେମ୍ବର ୭ରୁ ୯ ତାରିଖ ଯାଏଁ ଚାଲିବ । ଫ୍ଲପକାର୍ଟର ଏହି ମହାସେଲରେ ଆପଣ କିଛି ବି କିଣିଲେ କିମ୍ବା ଷ୍ଟେଟ୍ ବ୍ୟାଙ୍କର ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଟରୁ ପେମେଂଟ କଲେ ଆପଣଙ୍କୁ ତୁରନ୍ତ ୧୦ ପ୍ରତିଶତ ଡିସକାଉଂଟ ଦିଆଯିବ । ଏହି ସେଲରେ ସ୍ମାର୍ଟଫୋନ ଉପରେ ୨୧,୦୦୦ଟଙ୍କା ପର୍ଯ୍ୟନ୍ତ ଡିସକାଉଂଟ୍ ରହିଛି ।

ଏହି ସେଲରେ ଗୁଗଲ, ଏମଆଇ, ଆଇଫୋନ ଏକ୍ସ ଉପରେ ମଧ୍ୟ ସ୍ୱତନ୍ତ୍ର ଅଫର ମିଳିପାରେ । ଏହାବ୍ୟତୀତ ସ୍ମାର୍ଟଫୋନ କିଣିବା ଉପରେ ୧୮ ହଜାର ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଂଜ ଅଫର ଦିଆଯିବ, ଅର୍ଥାତ୍ ଆପଣ ଆପଣଙ୍କର କୌଣସି ବି ପୁରୁଣା ସ୍ମାର୍ଟଫୋନ ଦେଇ ଏକ ନୂଆ ମୋବାଇଲ କିଣିପାରିବେ । ତେବେ କେଉଁ ମୋବାଇଲ କେତେ ଦାମରେ ନେବାକୁ ଚାହୁଁଛନ୍ତି ସେ ସଂପର୍କରେ ଆପଣ ଫ୍ଲିପକାର୍ଟକୁ ଯାଇ ଜାଣିପାରିବେ ।ଫ୍ଲିପକାର୍ଟରେ ସର୍ବ ପ୍ରଥମେ ଗୁଗଲ ପିକ୍ସଲ୨ର ମଡେଲକୁ ୩୯,୯୯୯ଟଙ୍କାରେ ଦିଆଯାଉଛି ଏହି ଫୋନଟି ଉପରେ ୧୧,୦୦୧ଟଙ୍କାର ତ ଡିସକାଉଂଟ ଦିଆଯିବ ଏହାବ୍ୟତୀତ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ଜରିଆରେ ପେମେଂଟ କରିବା ଉପରେ ୧୦,୦୦୦ଟଙ୍କାର ଡିସକାଉଂଟ ଅଲଗା ଭବେ ଦିଆଯିବ । ଏଥିସହିତ ଏହାଉପରେ ୧୮,୦୦୦ଟଙ୍କାର ଏକ୍ସଚେଂଜ ଅଫର ମଧ୍ୟ ରହିଛି । ଫ୍ଲିପକାର୍ଟ ଏହି ଫୋନଟିକୁ ୩୬,୫୦୦ଟଙ୍କାରେ ବାୟବ୍ୟାକ୍ ଗ୍ୟାରେଂଟି ସହିତ ଦେଉଛି ।

ସେହିପରି ଗୁଗଲ ପିଏକ୍ସ୨ରେ ୪ଜିବିର ରାମ ସହିତ ୬୪ଜିବିର ଇଂଟରନାଲ୍ ମେମୋରୀ ଦିଆଯାଇଛି । ଏହାଛଡା ନିକଟରେ ଲଂଚ ହୋଇଥିବା ସୋଓମିର ଭାରତରେ ପ୍ରଥମ ଡୁଆଲ ରିୟର କ୍ୟାମେରା ଥିବା ସ୍ମାର୍ଟଫୋନ ଏମଆଇ ଏ ୱାନ ଉପରେ ୨,୦୦୦ଟଙ୍କାର ଡିସକାଉଂଟ ଦିଆଯାଇପାରେ । ଫ୍ଲିପକାର୍ଟରେ ରେଡମି ନୋଟ୍ ୪ ଉପରେ ମଧ୍ୟ ଭାରି ଡିସକାଉଂଟ ଦିଆଯାଇପାରେ । ଏହାବ୍ୟତୀତ ଆଇଫୋନ ଉପରେ ବି ଭଲ ଅଫର୍ସର ଦାବି କରାଯାଇପାରେ । ଇଲୋକ୍ଟ୍ରନିକ୍ସ ଏବଂ ଆସୋସୋରିଜ ଉପରେ ୫୦ ରୁ ଆରମ୍ଭ କରି ୮୦ ପ୍ରତିଶତ ପର୍ଯ୍ୟନ୍ତର ଡିସକାଉଂଟ ଦିଆଯିବ । ଏଥିରେ ହେଡଫୋନ, ଇୟରଫୋନ, ପାୱାରବ୍ୟାଙ୍କ, ବ୍ଲୁଟୁଥ୍ ସ୍ପିକର ଆଦି ସାମିଲ ରହିଛି ।