ପୋଲିସକୁ ଧମକ ଦେଲେ ସମାଜବାଦୀ ପ୍ରାର୍ଥୀ: କହିଲେ, ଏମାନେ କଣ ମକଦ୍ଦମା କରିବେ, ମୁଁ ୧୬ ଥର ଜେଲ ଯାଇସାରିଛି

122

କନକ ବ୍ୟୁରୋ: ୟୁପି ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇ ସାରିଛି ପ୍ରଚାର । ଏହି ସମୟରେ ପ୍ରାର୍ଥୀ ଓ ନେତା ମାନଙ୍କ ବୟାନବାଜି ମଧ୍ୟ ସମ୍ନାକୁ ଆସିଛି । ଏହାରି ମଧ୍ୟରେ ସମାଜବାଦୀ ପାର୍ଟିର ପ୍ରାର୍ଥି ମୁଖିଆ ଗୁଜରଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ କରୁଛନ୍ତି ଆଉ ଧମକ ମଧ୍ୟ ଦେଉଛନ୍ତି । ପ୍ରାୟ ୧୪ ବର୍ଷ ପରେ ସମାଜବାଦୀ ପାର୍ଟିକୁ ଫେରିଥିବା ମୁଖିଆ ଗୁଜରଙ୍କୁ ଦଳ ଅମରୋହାର ହସନପୁରରୁ ପ୍ରାର୍ଥୀ ଘୋଷଣା କରିଛି ।

ଏହି ଭାଇରାଲ ଭିଡିଓରେ ପୋଲିସକୁ ଧମକ ଦେଇ ସେ କହିଛନ୍ତି, ପ୍ରଶାସନକ କଣ ମକଦ୍ଦମା କଥା କହୁଛି । ମୁଁ ୧୬ ଥର ଜେଲ ଯାଇ ସାରିଛି । ମୁଁ ରାଜନୀତିରେ ୱାର୍କସପ ଖୋଲିଛି । ବର୍ତ୍ତମାନର ବିଧାୟକଙ୍କୁ ରାସ୍ତାକୁ ଆଣିବାର ମୋ ପାଖରେ କୌ ଶଳ ରହିଛି । ମୁଁ ମୁଲାୟମ ସିଂ ଯାଦବଙ୍କ କଟ୍ଟର ଶିଷ୍ୟ । ଭାଜପାରେ ରହିକି ବି ମୁଁ ମୋ ଗୁରୁଙ୍କ ଫଟୋକୁ ପାଖରେ ରଖୁଥିଲି ।

ସୂଚନା ଅନୁସାରେ ମୁଖିଆ ଗୁଜର ଦୁଇଥର ବାଗପତ ଓ ଥରେ ରାଜସ୍ଥାନରୁ ନିର୍ବାଚନ ଲଢିସାରିଛନ୍ତି । ହେଲେ ବର୍ତ୍ତମାନ ତାଙ୍କର ଏହି ବିବାଦୀୟ ଭିଡିଓ ଭାଇରାଲ ହେଉଛି । ତେବେ ଦଳ ଓ ପୋଲିସ ପ୍ରଶାସନ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବା ବାକି ରହିଲା ।