ଶେଷରେ ଟାଟା ହାତକୁ ଗଲା ଏୟାର ଇଣ୍ଡିଆର ମାଲିକାନା, ପ୍ରଧାନମନ୍ତ୍ରୀଙ୍କୁ ଭେଟି ମାଲିକାନା ଅଧିଗ୍ରହଣ କଲେ ଟାଟା ସନ୍ସର ଚେୟାରମ୍ୟାନ

405

କନକ ବ୍ୟୁରୋ : ସବୁ କଳ୍ପାନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଟାଟା ହାତକୁ ଯାଇଛି ଏୟାର ଇଣ୍ଡିଆର ମାଲିକାନା । ଟାଟା ସନ୍ସର ଚେୟାରମ୍ୟାନ ଏନ୍ ଚନ୍ଦ୍ରଶେଖର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇଥିବା କଥା କହିଛନ୍ତି । ଏନେଇ ସେ ଆହୁରି କହିଛନ୍ତି କି ଏୟାର ଇଣ୍ଡିଆକୁ ଫେରିପାଇ ଟାଟା ଗ୍ରୁପ ବହୁତ ଖୁସି ଅନୁଭବ କରୁଛି । ଏହାସହ ଏୟାର ଇଣ୍ଡିଆକୁ ଏୟାରଲାଇନକୁ ବିଶ୍ୱସ୍ତରୀୟ କରିବାକୁ ଚେଷ୍ଟା କରାଯିବ ବୋଲି ଚନ୍ଦ୍ରଶେଖର କହିଛନ୍ତି ।

ଅଫିସିଆଲ ହସ୍ତାନ୍ତର ପୂର୍ବରୁ ଏନ ଚନ୍ଦ୍ରଶେଖର ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ । ଏନେଇ ନିବେଶ ଓ ସମ୍ପତ୍ତି ପ୍ରବନ୍ଧନ ବିଭାଗର ସଚିବ ତୁହୀନ କାନ୍ତା ପାଣ୍ଡେ କହିଛନ୍ତି କି “ଏୟାର ଇଣ୍ଡିଆରୁ ଅଂଶଧନ ପ୍ରତ୍ୟାହାର ଆଜି ସଫଳତାପୂର୍ବକ ସମାପ୍ତ ହୋଇଛି । ଏହାସହ ଏୟାର ଇଣ୍ଡିଆର ଶତ ପ୍ରତିଶତ ଅଂଶକୁ ମେସର୍ସ ଟୋଲସ୍ ପ୍ରାଇଭେଟ ଲିମିଟେଡକୁ ହସ୍ତାନ୍ତର କରାଯାଇଛି ”

କହିରଖୁ କି ସରକାର ଗତବର୍ଷ ଅକ୍ଟୋବର ମାସରେ ଏୟାର ଇଣ୍ଡିଆର ବିକ୍ରି ପାଇଁ ଟାଟା ଗ୍ରୁପ ସହିତ ୧୮ ହଜାର କୋଟି ଟଙ୍କାର ଚୁକ୍ତି କରିଥିଲେ । ଏହି ଚୁକ୍ତିରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଓ ଏହାର ଅନ୍ୟଏକ ୟୁନିଟ୍ ଏଆଇଏସଟିଏସ ବି ସାମିଲ ରହିଛି ।
କହିରଖୁ କି, ଟାଟା ଗ୍ରୁପର ଏହା ତୃତୀୟ ଏୟାର ଲାଇନ ବ୍ରାଣ୍ଡ । ଏହା ପୂର୍ବରୁ ଟାଟା ଗ୍ରୁପ ଏୟାର ଏସିଆ ଇଣ୍ଡିଆ ଓ ବିସ୍ତରା ରେ କମ୍ପାନୀର ବଡ ଭାଗିଦାରୀ ରହିଛି । ସୂଚନା ଥାଉକି ୧୯୩୨ ମସିହା ଅର୍ଥାତ ୬୮ ବର୍ଷ ପୂର୍ବେ ଟାଟା ଏୟାର ସର୍ବିସେସ୍ ନାମରେ ଏୟାର ଲାଇନ ସେବା ଆରମ୍ଭ କରିଥିଲା ।